ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର

ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍‌ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର ପୋଷା କୁକୁର ‘ଟାଇଗର’ର ଜନ୍ମଦିନ ଅବସରରେ ତାକୁ ୨.୫ କୋଟି ମୂଲ୍ୟର ଏକ ସୁନାଚେନ୍‌ ଉପହାର ଦେଇଛନ୍ତି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଥିବା ଅନିଲ ଜୁଏଲର୍ସ ପକ୍ଷରୁ ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ପୋଷ୍ଟ ହୋଇଥିବା ଏହି ଭିଡିଓରେ ସରିତା ଟାଇଗରକୁ ଉକ୍ତ ସୁନା ଚେନ୍‌ ପିନ୍ଧାଉଛନ୍ତି। ପୋଷ୍ଟର […] The post ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର appeared first on Dharitri Odia News.

ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର

ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍‌ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର ପୋଷା କୁକୁର ‘ଟାଇଗର’ର ଜନ୍ମଦିନ ଅବସରରେ ତାକୁ ୨.୫ କୋଟି ମୂଲ୍ୟର ଏକ ସୁନାଚେନ୍‌ ଉପହାର ଦେଇଛନ୍ତି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଥିବା ଅନିଲ ଜୁଏଲର୍ସ ପକ୍ଷରୁ ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ପୋଷ୍ଟ ହୋଇଥିବା ଏହି ଭିଡିଓରେ ସରିତା ଟାଇଗରକୁ ଉକ୍ତ ସୁନା ଚେନ୍‌ ପିନ୍ଧାଉଛନ୍ତି। ପୋଷ୍ଟର କ୍ୟାପ୍‌ଶନରେ ଲେଖା ହୋଇଛି ” ହାପି ବାର୍ଥ ଡେ’ ଟାଇଗର। ଏହି ଭିଡିଓ ସରିତା ଓ ତାଙ୍କ ପୋଷା କୁକୁର ମଧ୍ୟରେ ଥିବା ନିବିଡ଼ତାକୁ ଦର୍ଶାଉଛି “। ଅନିଲ ଜୁଏଲର୍ସ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟକୁ ସୋସିଆଲ ମିଡିଆ ୟୁଜର୍ସମାନେ ବେଶ୍‌ ପସନ୍ଦ କରିଛନ୍ତି।

The post ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର appeared first on Dharitri Odia News.