ବୈଶ୍ୱିକ ସଂଘର୍ଷ: ୫୦ ଦେଶର ୪୨୩ କୋଟି ପ୍ରଭାବିତ

ନୂଆଦିଲ୍ଲୀ,୨୨ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ନେଇ ଇସ୍ରାଏଲ୍‌ର ଗାଜା ଆକ୍ରମଣ, ହେଜ୍‌ବୋଲ୍ଲାର ଟାର୍ଗେଟରୁ ଜଳଭାଗରେ ଜାହାଜଗୁଡ଼ିକୁ ହୁଟିଙ୍କ ଘନ ଘନ ରକେଟ ମାଡ଼। ବିଶ୍ୱର ବିଭିନ୍ନ ଭାଗରେ ଏପରି ସାମରିକ ସଂଘର୍ଷ ଲାଗିରହିଛି। ନିକଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାରୁ ବୈଶ୍ୱିକ ଯୁଦ୍ଧର ପରିସୀମା ବଢ଼ିଯାଇଥିଲା। ଏଭଳି ସ୍ଥିତିରେ ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟା ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମର୍‌ଡ କନ୍‌ଫ୍ଲିକ୍ଟ ଲୋକେଶନ୍‌ ଆଣ୍ଡ୍‌ ଇଭେଣ୍ଟ ଡେଟା (ଏସିଏଲ୍‌ଇଡି) ରିପୋର୍ଟ ଅନୁସାରେ ୫୦ ଦେଶରେ ଯୁଦ୍ଧ […] The post ବୈଶ୍ୱିକ ସଂଘର୍ଷ: ୫୦ ଦେଶର ୪୨୩ କୋଟି ପ୍ରଭାବିତ appeared first on Dharitri Odia News.

ବୈଶ୍ୱିକ ସଂଘର୍ଷ: ୫୦ ଦେଶର ୪୨୩ କୋଟି ପ୍ରଭାବିତ

ନୂଆଦିଲ୍ଲୀ,୨୨ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ନେଇ ଇସ୍ରାଏଲ୍‌ର ଗାଜା ଆକ୍ରମଣ, ହେଜ୍‌ବୋଲ୍ଲାର ଟାର୍ଗେଟରୁ ଜଳଭାଗରେ ଜାହାଜଗୁଡ଼ିକୁ ହୁଟିଙ୍କ ଘନ ଘନ ରକେଟ ମାଡ଼। ବିଶ୍ୱର ବିଭିନ୍ନ ଭାଗରେ ଏପରି ସାମରିକ ସଂଘର୍ଷ ଲାଗିରହିଛି। ନିକଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାରୁ ବୈଶ୍ୱିକ ଯୁଦ୍ଧର ପରିସୀମା ବଢ଼ିଯାଇଥିଲା। ଏଭଳି ସ୍ଥିତିରେ ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟା ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମର୍‌ଡ କନ୍‌ଫ୍ଲିକ୍ଟ ଲୋକେଶନ୍‌ ଆଣ୍ଡ୍‌ ଇଭେଣ୍ଟ ଡେଟା (ଏସିଏଲ୍‌ଇଡି) ରିପୋର୍ଟ ଅନୁସାରେ ୫୦ ଦେଶରେ ଯୁଦ୍ଧ ଓ ସଂଘର୍ଷ ଯୋଗୁ ବର୍ଷକ ଭିତରେ ୪୨୩ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଅନୂ୍ୟନ ୧୦ ଦେଶରେ ଅତ୍ୟଧିକ ସଂଘର୍ଷ ସ୍ଥିତି ରହିଥିବାବେଳେ ୨୦ରେ ଉଚ୍ଚ ସଂଘର୍ଷ ଓ ଅସୁବିଧା ଲାଗି ରହିଛି। ୨୦୨୪ରେ ଗାଜା ସବୁଠୁ ବିପଜ୍ଜନକ ଥିବାବେଳେ ମ୍ୟାନ୍‌ମାରରେ ପ୍ରତି ସପ୍ତାହରେ ୧୭୦ ସଶସ୍ତ୍ର ସଂଘର୍ଷ ଚାଲିଥିଲା। ୟୁକ୍ରେନ୍‌ ଯୁଦ୍ଧକୁ ସବୁଠୁ ଘାତକ ସଂଘର୍ଷ ରୂପେ ଦର୍ଶାଯାଇଛି। ୨୦୨୫ ମେ’ ୭ରୁ ୧୦ ପର୍ଯ୍ୟନ୍ତ ଭାରତ ପାକିସ୍ତାନର ଅନେକ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଛି। ଶୀତଳଯୁଦ୍ଧ ପରେ ବିଶ୍ୱରେ ହିଂସା ସର୍ବାଧିକ ସ୍ତରରେ ରହିଥିବା ଜଣେ ବିଶ୍ଳେଷକ କହିଛନ୍ତି।

The post ବୈଶ୍ୱିକ ସଂଘର୍ଷ: ୫୦ ଦେଶର ୪୨୩ କୋଟି ପ୍ରଭାବିତ appeared first on Dharitri Odia News.