ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ…

ଭୁବନେଶ୍ୱର,୩୧ା୮: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ନବୀନ ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରଥଯାତ୍ରା ସମୟରେ ନାନା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା କଥା ଉଠାଇଛନ୍ତି ନବୀନ। ଏଥିସହିତ ଚିକିଟି ମଦ ମୃତ୍ୟୁ ଏବଂ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ନବୀନ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୋ’ ସରକାରରେ […] The post ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ… appeared first on Dharitri Odia News.

ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ…

ଭୁବନେଶ୍ୱର,୩୧ା୮: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ନବୀନ ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରଥଯାତ୍ରା ସମୟରେ ନାନା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା କଥା ଉଠାଇଛନ୍ତି ନବୀନ। ଏଥିସହିତ ଚିକିଟି ମଦ ମୃତ୍ୟୁ ଏବଂ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ନବୀନ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୋ’ ସରକାରରେ ଆଇନ ବିଶୃଙ୍ଖଳା ହୋଇନି, ଏସବୁ ଘଟଣା ଚିନ୍ତାଜନକ ଅଟେ। ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ବୋଲି ନବୀନ କହିଛନ୍ତି।

ସେହିପରି ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି ବୋଲି ଶନିବାର ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛି କି? ସାମାନ୍ୟ ବର୍ଷା ହେଲେ ଇସ୍କନ ନିକଟରେ କୃତ୍ରିମ ବନ୍ୟା ହେଉଛି। ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ଜୀବନ ଯାଉଛି।
ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ୍‌ ପୂରଣ ହୋଇପାରିନି। ଯଦ୍ଦ୍ବାରା ଏପରି ଘଟଣାମାନ ଘଟୁଛି। ଏନେଇ କାର୍ଯ୍ୟ କରିବାକୁ ପଡ଼ିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିସହିତ ସମସ୍ତେ ଏଥିପ୍ରତି ନିରପେକ୍ଷ ଭାବରେ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

The post ମୋହନ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ, କହିଲେ ମୋ’ ସରକାରରେ… appeared first on Dharitri Odia News.