ଶ୍ରୀମନ୍ଦିର ପରିସରରୁ ଚୋରି : ରତ୍ନ ଅଳଙ୍କାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିର ପରିସରରୁ ଚୋରି। ଖୋଦ୍‌ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇର କିଛି ସାମଗ୍ରୀ ଚୋରି କରୁଥିବା ବେଳେ ଧରାପଡିଛି ଅଭିଯୁକ୍ତ। ହେଲେ ଶ୍ରୀମନ୍ଦିରରୁ ଚୋରି ହେବା ନିଶ୍ଚିତ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏହାକୁ ନେଇ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଏବେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲିଛି। ଏଏସ୍‌ଆଇ ଏହି କାମ କରୁଥିବା ବେଳେ ଶ୍ରୀମନ୍ଦିରରୁ ଚୋରି ଭିନ୍ନ ଦିଗ ପ୍ରତି ଅଙ୍ଗୁଳି […]

ଶ୍ରୀମନ୍ଦିର ପରିସରରୁ ଚୋରି : ରତ୍ନ ଅଳଙ୍କାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
Khasapada Niti Of Lord Jagannath To Be Observed tomorrow

ପୁରୀ : ଶ୍ରୀମନ୍ଦିର ପରିସରରୁ ଚୋରି। ଖୋଦ୍‌ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇର କିଛି ସାମଗ୍ରୀ ଚୋରି କରୁଥିବା ବେଳେ ଧରାପଡିଛି ଅଭିଯୁକ୍ତ। ହେଲେ ଶ୍ରୀମନ୍ଦିରରୁ ଚୋରି ହେବା ନିଶ୍ଚିତ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏହାକୁ ନେଇ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଏବେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ। ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲିଛି। ଏଏସ୍‌ଆଇ ଏହି କାମ କରୁଥିବା ବେଳେ ଶ୍ରୀମନ୍ଦିରରୁ ଚୋରି ଭିନ୍ନ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ରତ୍ନଭଣ୍ଡାର ମରାମତି ପାଇଁ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ମନ୍ଦିର ପରିସର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି।

ଯଦି ମନ୍ଦିର ପରିସରରୁ ଅନ୍ୟ ସାମଗ୍ରୀ ଚୋରି ହେଉଛି, ତେବେ ମହାପ୍ରଭୁଙ୍କ ଅଳଙ୍କାର କେତେ ସୁରକ୍ଷିତ ବୋଲି ଅନେକ ଭକ୍ତ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପରିସରରୁ ଏଏସ୍‌ଆଇର ୨୬ଟି ଲୁହା ପାଇପ୍‌ ଖଣ୍ଡ ମଙ୍ଗଳବାର ଚୋରି ହେଉଥିବା ବେଳେ ପଶ୍ଚିମ ଦ୍ୱାରରେ ଜେଟିପିଙ୍କ ଦ୍ୱାରା ଧରାପଡିଛନ୍ତି ଅଭିଯୁକ୍ତ। ତେବେ ଏହି ଘଟଣା ପରେ ସାଧାରଣରେ ମହାପ୍ରଭୁଙ୍କ ରତ୍ନଅଳଙ୍କାରର ସୁରକ୍ଷାକୁ ନେଇ ଚାଲିଛି ଚର୍ଚ୍ଚା, ଆଲୋଚନା। ଭକ୍ତଙ୍କ ମଧ୍ୟରେ ଏଭଳି ଆଲୋଚନା ହେବା ବି ସ୍ୱାଭାବିକ।

କାରଣ ଏବେ ଉଭୟ ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ଚାଲିଛି। ଏଥିପାଇଁ ଉଭୟ ଭଣ୍ଡାରଘରେ ଥିବା ମହାପ୍ରଭୁଙ୍କର ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ବାହାର କରାଯାଇଛି। ଏହି ଅଳଙ୍କାର ସବୁକୁ ମନ୍ଦିର ପରିସର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷାରେ ରଖାଯାଇଛି। ହେଲେ ମନ୍ଦିର ଭିତରୁ ଯଦି ଏଏସ୍‌ଆଇର ସାମଗ୍ରୀ ଚୋରି ହେଉଛି ତେବେ ରତ୍ନଅଳଙ୍କାର ଶତ ପ୍ରତିଶତ ସୁରକ୍ଷିତ ବୋଲି କିଏ କହିବ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣଙ୍କରେ ଉଙ୍କି ମାରୁଛି।