ପବ୍ଲିକ ଏକଜାମ ବିଲ-୨୦୨୪କୁ ବିଜେଡିର ସମର୍ଥନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜେଡି ପକ୍ଷରୁ କଲେ ସମର୍ଥନ

ପବ୍ଲିକ ଏକଜାମ (ପ୍ରିଭେନସନ ଅଫ ଅନଫେୟାର ମିନସ) ବିଲ-୨୦୨୪କୁ ବିଜେଡିର ସମର୍ଥନ। ଲୋକସଭାରେ କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଆଗତ The Public Examinations (ପ୍ରିଭେନସନ ଅଫ ଅନଫେୟାର ମିନସ) ବିଲ୍‍ ୨୦୨୪ ଆଲୋଚନାରେ ଅଂଶଗ୍ରହଣ କରି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ସମର୍ଥନ କରିଥିଲେ। ଏହି ବିଲ୍‍କୁ ପ୍ରଶଂସା କରି ଡ. ସାମନ୍ତ ବିଭିନ୍ନ ପବ୍ଲିକ୍‍ ପରୀକ୍ଷାରେ ଆପଣାଯାଉଥିବା ଅସାଧୁ ଉପାୟ ନିରୋଧ […] The post ପବ୍ଲିକ ଏକଜାମ ବିଲ-୨୦୨୪କୁ ବିଜେଡିର ସମର୍ଥନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜେଡି ପକ୍ଷରୁ କଲେ ସମର୍ଥନ appeared first on KNews Odisha.

ପବ୍ଲିକ ଏକଜାମ ବିଲ-୨୦୨୪କୁ ବିଜେଡିର ସମର୍ଥନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜେଡି ପକ୍ଷରୁ କଲେ ସମର୍ଥନ
A. samanta

ପବ୍ଲିକ ଏକଜାମ (ପ୍ରିଭେନସନ ଅଫ ଅନଫେୟାର ମିନସ) ବିଲ-୨୦୨୪କୁ ବିଜେଡିର ସମର୍ଥନ। ଲୋକସଭାରେ କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଆଗତ The Public Examinations (ପ୍ରିଭେନସନ ଅଫ ଅନଫେୟାର ମିନସ) ବିଲ୍‍ ୨୦୨୪ ଆଲୋଚନାରେ ଅଂଶଗ୍ରହଣ କରି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ସମର୍ଥନ କରିଥିଲେ। ଏହି ବିଲ୍‍କୁ ପ୍ରଶଂସା କରି ଡ. ସାମନ୍ତ ବିଭିନ୍ନ ପବ୍ଲିକ୍‍ ପରୀକ୍ଷାରେ ଆପଣାଯାଉଥିବା ଅସାଧୁ ଉପାୟ ନିରୋଧ ଉପରେ ଜୋର୍‍ ଦେଇଥିଲେ।

ତେବେ ଓଡ଼ିଶାରେ ସମସ୍ତ ପବ୍ଲିକ୍‍ ଏକ୍‍ଜାମିନେସନଗୁଡ଼ିକ ଅତି ସ୍ୱଚ୍ଛତାର ସହ ଆୟୋଜନ କରାଯାଇଥାଏ। ଅନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ପବ୍ଲିକ୍‍ ଏକ୍‍ଜାମିନେସନ ପ୍ରଶ୍ନ ପତ୍ର ପ୍ରଘଟ ହୋଇନାହିଁ ବୋଲି ଡ. ସାମନ୍ତ କହିଥିଲେ। ଅପରପକ୍ଷରେ ପବ୍ଲିକ ପରୀକ୍ଷାରେ ଆପଣାଯାଉଥିବା ଅସାଧୁ ଉପାୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କର କୌଣସି ଭୂମିକା ନଥିବାରୁ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବା ଉଚିତ ବୋଲି ଡ. ସାମନ୍ତ ଦାବି କରିଥିଲେ।

ଡ. ସାମନ୍ତଙ୍କ ଏହି ମତାମତକୁ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ଗୃହରେ ଉପସ୍ଥିତ ଅନ୍ୟ ସଦସ୍ୟମାନେ ସମର୍ଥନ କରିଥିଲେ। ତେବେ ଏହି ବିଲରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଦଣ୍ଡର ବ୍ୟବସ୍ଥା ନଥିବା ମନ୍ତ୍ରୀ ଶ୍ରୀ ସିଂହ ସ୍ପଷ୍ଟ କରିଥିଲେ। ପରେ ସାଂସଦ ରାଜୀବ ପ୍ରତାପ ରୁଡ଼ି ଡ. ସାମନ୍ତ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍ ଅନୁଷ୍ଠାନର ପ୍ରଶଂସା କରିଥିଲେ। ଲୋକସଭାରେ ପବ୍ଲିକ ଏକଜାମ (ପ୍ରିଭେନସନ ଅଫ ଅନଫେୟାର ମିନସ) ବିଲ-୨୦୨୪ ପାରିତ ହୋଇଛି।

The post ପବ୍ଲିକ ଏକଜାମ ବିଲ-୨୦୨୪କୁ ବିଜେଡିର ସମର୍ଥନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜେଡି ପକ୍ଷରୁ କଲେ ସମର୍ଥନ appeared first on KNews Odisha.