ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମ […] The post ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ appeared first on KNews Odisha.

ନୂଆଦିଲ୍ଲୀ : ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ବିମାନଟି ବ୍ୟାଙ୍କକରୁ ଫେରୁଥିଲା । ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା । ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି ।
#BREAKING: Video shows crash of Jeju Air Flight 2216 in South Korea. 181 people on board.
At least 28 killed in South Korea plane crash, fate of 151 people still unknown pic.twitter.com/QnmB9PbcDO
— World Source News 24/7 (@Worldsource24) December 29, 2024
The post ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ appeared first on KNews Odisha.
