ସାରଳା ଦାସ ଜୟନ୍ତୀ ସମାରୋହ : ମହାକବିଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଉପରେ ବକ୍ତାଙ୍କ ଗୁରୁତ୍ବ
ଓଡ଼ିଆ ଭାଷା ସାହିତ୍ୟର ଜନକ, ଏ ମାଟିର ମହାକବି ସାରଳା ଦାସଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ସାରସ୍ବତ ସାଧକ ଉଦ୍ୟମ କରିବା ଉଚିତ । ଜଗତସିଂସପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ତେନ୍ତୁଳିପଦା ଠାରେ ଅନୁଷ୍ଠିତ ସାରଳା ଦାସ ଜୟନ୍ତୀ ସମାରୋହରେ ମତବ୍ୟକ୍ତ କରିଛନ୍ତି ଡାକ୍ତର ଅଶୋକ କୁମାର ମହାପାତ୍ର । ଭୁବନେଶ୍ବର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଏହା କହିଛନ୍ତି । ତେନ୍ତୁଳପଦା ଆଖଣ୍ଡଳେଶ୍ବର ସାରଳା ଦାସ ସ୍ମୃତି ସଂସଦ ଓ ସାରଳା […] The post ସାରଳା ଦାସ ଜୟନ୍ତୀ ସମାରୋହ : ମହାକବିଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଉପରେ ବକ୍ତାଙ୍କ ଗୁରୁତ୍ବ appeared first on KNews Odisha.

ଓଡ଼ିଆ ଭାଷା ସାହିତ୍ୟର ଜନକ, ଏ ମାଟିର ମହାକବି ସାରଳା ଦାସଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ସାରସ୍ବତ ସାଧକ ଉଦ୍ୟମ କରିବା ଉଚିତ । ଜଗତସିଂସପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ତେନ୍ତୁଳିପଦା ଠାରେ ଅନୁଷ୍ଠିତ ସାରଳା ଦାସ ଜୟନ୍ତୀ ସମାରୋହରେ ମତବ୍ୟକ୍ତ କରିଛନ୍ତି ଡାକ୍ତର ଅଶୋକ କୁମାର ମହାପାତ୍ର । ଭୁବନେଶ୍ବର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଏହା କହିଛନ୍ତି ।
ତେନ୍ତୁଳପଦା ଆଖଣ୍ଡଳେଶ୍ବର ସାରଳା ଦାସ ସ୍ମୃତି ସଂସଦ ଓ ସାରଳା ଦାସ ପ୍ରତିମୂର୍ତ୍ତି ନିର୍ମାଣ କମିଟି ଅନୁକୂଲ୍ୟରେ ଏହି ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ କମିଟିର ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ ଯୋଗ ଦେଇ ସାରଳା ଦାସଙ୍କ ରଚନାବଳିକୁ ବିଭିନ୍ନ ଭାଷାରେ ଅନୁବାଦ କରାଇ ଏହାକୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ରମାକାନ୍ତ ମିଶ୍ର ଯୋଗ ଦେଇଥିଲେ । ପଣ୍ଡିତ ବାସବ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଇଂ. ସୁବାସ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଗାଳ୍ପିକ ବାଇଧର ନାୟକଙ୍କ ରଚିତ ‘ପିଲାଙ୍କ ମହାଭାରତ’, ସୁରେଶ ଚନ୍ଦ୍ର ମହାନ୍ତିଙ୍କ ରଚିତ ‘ସାରଳା ପ୍ରତିଭା’ ଉନ୍ମୋଚିତ ହୋଇଥିଲା ।
ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀମତୀ କନକଲତା ଦାଶ ଓ ସୁବ୍ରତ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତର୍କ ଓ ଶାରଳା ବନ୍ଦନା ପ୍ରତିଯୋଗିତା କରାଯାଇଥିଲା । ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରାବନ୍ଧିକ ଚୌଧୁରୀ ରାଧା ମୋହନ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।
The post ସାରଳା ଦାସ ଜୟନ୍ତୀ ସମାରୋହ : ମହାକବିଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଉପରେ ବକ୍ତାଙ୍କ ଗୁରୁତ୍ବ appeared first on KNews Odisha.