ମାର୍କେଟରେ ମିଳୁଛି ନକଲି ଗୁଡ, ଅବିକଳ ଅସଲି ଭଳି; କେମିତି ଜାଣିବେ ଭେଜାଲ୍‌ କେଉଁଟି ?

ନୂଆଦିଲ୍ଲୀ ୦୪।୦୪: ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହାକୁ ସମସ୍ତେ ଖାଇବାକୁ କରନ୍ତି ପସନ୍ଦ । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ହେଉଛି ଭେଜାଲ । ସେ ଘିଅ ହେଉ କି ତେଲ ବା ମିଠା କିମ୍ବା ଗୁଡ । ଅଧିକ ଲାଭ ପାଇବା ଲୋଭରେ ଦୋକାନୀମାନେ ଜିନିଷରେ ଭେଜାଲ କରୁଛନ୍ତି।ସାଧାରଣତଃ, ଗୁଡ଼ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। କିନ୍ତୁ ଭେଜାଲ ଗୁଡ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଜ୍ଜନକ । ବଜାରରେ ବିକ୍ରି ହେଉଥିବା ଗୁଡ଼ ପ୍ରାୟତଃ ରାସାୟନିକ ପଦାର୍ଥ କିମ୍ବା ଶସ୍ତା ଚିନିରେ ହୋଇଥାଏ ପ୍ରସ୍ତୁତ । ଏହାର ଶୁଦ୍ଧତା ଉପରେ ଉଠିଥାଏ ପ୍ରଶ୍ନ । ତେଣୁ ଗୁଡ କିଣିବା ପୂର୍ବରୁ ଏଥିରେ ଭେଜାଲ୍ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।   ଆସନ୍ତୁ ଜାଣିବା ଭଲ ଗୁଡ ଚିହ୍ନିବାର କିଛି ସହଜ ଉପାୟ…ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଛୋଟ ଖଣ୍ଡ ଗୁଡ ପକାନ୍ତୁ । ଶୁଦ୍ଧ ଗୁଡ ପାଣିରେ ସଂପୂର୍ଣ୍ଣ ଭାବେ ତରଳି ଯିବ, କିନ୍ତୁ ଭେଜାଲ୍ ଗୁଡ ତଳେ ବସିଯିବ।ଶୁଦ୍ଧ ଗୁଡର ରଙ୍ଗ ଗାଢ ବାଦାମୀ କିମ୍ବା ହାଲୁକା ହଳଦିଆ ହୋଇଥାଏ। କିନ୍ତୁ   ଭେଜାଲ୍ ଗୁଡର ରଙ୍ଗ ଚକଚକିଆ ଏବଂ ଗାଢ ହଳଦିଆ ହୋଇପାରେ।ଶୁଦ୍ଧ ଗୁଡର ସ୍ୱାଦ ମିଠା ଏବଂ ପ୍ରାକୃତିକ ହୋଇଥାଏ। କିନ୍ତୁ ଭେଜାଲ ଗୁଡର ସ୍ୱାଦ ବେଳେବେଳେ ବହୁତ କଡା କିମ୍ବା ଅଜବ ହୋଇପାରେ। କାଦୁଆ କିମ୍ବା ଅତ୍ୟଧିକ ଓଦାଳିଆ ଗୁଡ ଭେଜାଲ୍ ହେବାର ଅଧିକ ସମ୍ଭାବନା ଥା

ମାର୍କେଟରେ ମିଳୁଛି ନକଲି ଗୁଡ, ଅବିକଳ ଅସଲି ଭଳି; କେମିତି ଜାଣିବେ ଭେଜାଲ୍‌ କେଉଁଟି ?

ନୂଆଦିଲ୍ଲୀ ୦୪।୦୪: ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହାକୁ ସମସ୍ତେ ଖାଇବାକୁ କରନ୍ତି ପସନ୍ଦ । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ହେଉଛି ଭେଜାଲ । ସେ ଘିଅ ହେଉ କି ତେଲ ବା ମିଠା କିମ୍ବା ଗୁଡ । ଅଧିକ ଲାଭ ପାଇବା ଲୋଭରେ ଦୋକାନୀମାନେ ଜିନିଷରେ ଭେଜାଲ କରୁଛନ୍ତି।

ସାଧାରଣତଃ, ଗୁଡ଼ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। କିନ୍ତୁ ଭେଜାଲ ଗୁଡ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଜ୍ଜନକ । ବଜାରରେ ବିକ୍ରି ହେଉଥିବା ଗୁଡ଼ ପ୍ରାୟତଃ ରାସାୟନିକ ପଦାର୍ଥ କିମ୍ବା ଶସ୍ତା ଚିନିରେ ହୋଇଥାଏ ପ୍ରସ୍ତୁତ । ଏହାର ଶୁଦ୍ଧତା ଉପରେ ଉଠିଥାଏ ପ୍ରଶ୍ନ । ତେଣୁ ଗୁଡ କିଣିବା ପୂର୍ବରୁ ଏଥିରେ ଭେଜାଲ୍ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।   ଆସନ୍ତୁ ଜାଣିବା ଭଲ ଗୁଡ ଚିହ୍ନିବାର କିଛି ସହଜ ଉପାୟ…

ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଛୋଟ ଖଣ୍ଡ ଗୁଡ ପକାନ୍ତୁ । ଶୁଦ୍ଧ ଗୁଡ ପାଣିରେ ସଂପୂର୍ଣ୍ଣ ଭାବେ ତରଳି ଯିବ, କିନ୍ତୁ ଭେଜାଲ୍ ଗୁଡ ତଳେ ବସିଯିବ।ଶୁଦ୍ଧ ଗୁଡର ରଙ୍ଗ ଗାଢ ବାଦାମୀ କିମ୍ବା ହାଲୁକା ହଳଦିଆ ହୋଇଥାଏ। କିନ୍ତୁ   ଭେଜାଲ୍ ଗୁଡର ରଙ୍ଗ ଚକଚକିଆ ଏବଂ ଗାଢ ହଳଦିଆ ହୋଇପାରେ।

ଶୁଦ୍ଧ ଗୁଡର ସ୍ୱାଦ ମିଠା ଏବଂ ପ୍ରାକୃତିକ ହୋଇଥାଏ। କିନ୍ତୁ ଭେଜାଲ ଗୁଡର ସ୍ୱାଦ ବେଳେବେଳେ ବହୁତ କଡା କିମ୍ବା ଅଜବ ହୋଇପାରେ। କାଦୁଆ କିମ୍ବା ଅତ୍ୟଧିକ ଓଦାଳିଆ ଗୁଡ ଭେଜାଲ୍ ହେବାର ଅଧିକ ସମ୍ଭାବନା ଥାଏ।