କେନାଲ ବ୍ରିଜ୍‌ ନିକଟରୁ ଅଜଣା ମୃତଦେହ ଠାବ, ହତ୍ୟା ସନ୍ଦେହ

ମାର୍ଶାଘାଇ ୧୬।୦୯ : ଅଜଣା ମୃତଦେହ ଠାବ । କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କେନାଲ ବ୍ରିଜ ନିକଟ ରେଳ ପୋଲ ଉପରୁ ମିଳିଛି ମୃତଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମାର୍ଶାଘାଇ ଥାନା କେନାଲ ବ୍ରିଜ୍‌ ନିକଟ ରେଳ ପୋଲ ଉପରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏପିରିକି ମୃତଦେହ ନିକଟରେ ଏକ ହେଲ୍‌ମେଟ୍‌ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ବ୍ୟକ୍ତିଙ୍କୁ କିଏ ମାରିଲା । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା କରିଛନ୍ତି । 

କେନାଲ ବ୍ରିଜ୍‌ ନିକଟରୁ ଅଜଣା ମୃତଦେହ ଠାବ, ହତ୍ୟା ସନ୍ଦେହ

ମାର୍ଶାଘାଇ ୧୬।୦୯ : ଅଜଣା ମୃତଦେହ ଠାବ । କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କେନାଲ ବ୍ରିଜ ନିକଟ ରେଳ ପୋଲ ଉପରୁ ମିଳିଛି ମୃତଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ମାର୍ଶାଘାଇ ଥାନା କେନାଲ ବ୍ରିଜ୍‌ ନିକଟ ରେଳ ପୋଲ ଉପରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏପିରିକି ମୃତଦେହ ନିକଟରେ ଏକ ହେଲ୍‌ମେଟ୍‌ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ବ୍ୟକ୍ତିଙ୍କୁ କିଏ ମାରିଲା । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା କରିଛନ୍ତି ।