ପୁଣି ଆମେରିକା ସ୍କାନରରେ ଆଦାନୀ ଗ୍ରୁପ୍: ଏଥର ନୂଆ ଅଭିଯୋଗ ଆଣି ଘେରିବାକୁ ଚେଷ୍ଟା

ନୂଆଦିଲ୍ଲୀ: ପୁଣିଥରେ ଆମେରିକାର ତଦନ୍ତ ପରିସରକୁ ଆସିଲା ଆଦାନୀ ଗ୍ରୁପ୍। ଆମେରିକାର କଟକଣା ଉଲ୍ଲଂଘନ କରି ଆଦାନୀ ଗ୍ରୁପର କମ୍ପାନୀ ଇରାନ ଠାରୁ ପେଟ୍ରୋକେମିକାଲ୍ ଉତ୍ପାଦ ଆମଦାନୀ କରିଛି କି ନାହିଁ ଏନେଇ ଆମେରିକୀୟ ପବ୍ଲିକ ପ୍ରସିକ୍ୟୁଟରମାନେ ତଦନ୍ତ କରୁଛନ୍ତି। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ଗୁଜୁରାଟର ମୁନ୍ଦ୍ରା ବନ୍ଦର ଦେଇ ଭାରତରେ ଇରାନୀ ପେଟ୍ରୋକେମିକାଲ୍ ଉତ୍ପାଦ ଏଲ୍‌ପିଜି ଆମଦାନୀ କରୁଥିବା ଆମେରିକା ସନ୍ଦେହ କରୁଛି। ଏନେଇ ଆମେରିକା ମିଡିଆ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୁପ ଦ୍ୱାରା ପରିଚାଳିତ ମୁନ୍ଦ୍ରା ପୋର୍ଟ ଏବଂ ପାରସ୍ୟ ଉପସାଗର ମଧ୍ୟରେ ନିୟମିତ ଭାବରେ ଯାଆସ କରୁଥିବା କିଛି ଟ୍ୟାଙ୍କର ଆମେରିକାର କଟକଣାକୁ ଉଲ୍ଲଂଘନ କରିବା ଭଳି କାର୍ଯ୍ୟ କରିଥିବା ଆମେରିକାର ଅଭିଯୋଗ କରିଛି। ଏଥିରେ ଆଦାନୀ ଗ୍ରୁପ୍‌ ସମ୍ପୃକ୍ତିକୁ ସନ୍ଦେହ କରାଯାଉଛି। ଆମେରିକାର ନ୍ୟାୟ ବିଭାଗ ଆଦାନୀ ଏଣ୍ଟରପ୍ରାଇଜେସକୁ କାର୍ଗୋ ପଠାଇବା ପାଇଁ ବ୍ୟବହୃତ ଅନେକ ଏଲପିଜି ଟ୍ୟାଙ୍କରର ଗତିବିଧିକୁ ସମୀକ୍ଷା କରୁଥିଲା ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ହେଲେ ଆମେରିକାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଏହାର ଜବାବରେ, ଆଦାନୀ ଏଣ୍ଟରପ୍ରାଇଜେସର ଜଣେ ମୁଖପାତ୍ର କହିଛନ୍ତି, "ଆଦାନୀ ଇରାନୀ-ଉତ୍ପନ୍ନ ଏଲପିଜି ସହିତ ଜଡିତ କୌଣସି

ପୁଣି ଆମେରିକା ସ୍କାନରରେ ଆଦାନୀ ଗ୍ରୁପ୍: ଏଥର ନୂଆ ଅଭିଯୋଗ ଆଣି ଘେରିବାକୁ ଚେଷ୍ଟା

ନୂଆଦିଲ୍ଲୀପୁଣିଥରେ ଆମେରିକାର ତଦନ୍ତ ପରିସରକୁ ଆସିଲା ଆଦାନୀ ଗ୍ରୁପ୍। ଆମେରିକାର କଟକଣା ଉଲ୍ଲଂଘନ କରି ଆଦାନୀ ଗ୍ରୁପର କମ୍ପାନୀ ଇରାନ ଠାରୁ ପେଟ୍ରୋକେମିକାଲ୍ ଉତ୍ପାଦ ଆମଦାନୀ କରିଛି କି ନାହିଁ ଏନେଇ ଆମେରିକୀୟ ପବ୍ଲିକ ପ୍ରସିକ୍ୟୁଟରମାନେ ତଦନ୍ତ କରୁଛନ୍ତି। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ଗୁଜୁରାଟର ମୁନ୍ଦ୍ରା ବନ୍ଦର ଦେଇ ଭାରତରେ ଇରାନୀ ପେଟ୍ରୋକେମିକାଲ୍ ଉତ୍ପାଦ ଏଲ୍‌ପିଜି ଆମଦାନୀ କରୁଥିବା ଆମେରିକା ସନ୍ଦେହ କରୁଛି। ଏନେଇ ଆମେରିକା ମିଡିଆ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। 

ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୁପ ଦ୍ୱାରା ପରିଚାଳିତ ମୁନ୍ଦ୍ରା ପୋର୍ଟ ଏବଂ ପାରସ୍ୟ ଉପସାଗର ମଧ୍ୟରେ ନିୟମିତ ଭାବରେ ଯାଆସ କରୁଥିବା କିଛି ଟ୍ୟାଙ୍କର ଆମେରିକାର କଟକଣାକୁ ଉଲ୍ଲଂଘନ କରିବା ଭଳି କାର୍ଯ୍ୟ କରିଥିବା ଆମେରିକାର ଅଭିଯୋଗ କରିଛି। ଏଥିରେ ଆଦାନୀ ଗ୍ରୁପ୍‌ ସମ୍ପୃକ୍ତିକୁ ସନ୍ଦେହ କରାଯାଉଛି। ଆମେରିକାର ନ୍ୟାୟ ବିଭାଗ ଆଦାନୀ ଏଣ୍ଟରପ୍ରାଇଜେସକୁ କାର୍ଗୋ ପଠାଇବା ପାଇଁ ବ୍ୟବହୃତ ଅନେକ ଏଲପିଜି ଟ୍ୟାଙ୍କରର ଗତିବିଧିକୁ ସମୀକ୍ଷା କରୁଥିଲା ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। 

ହେଲେ ଆମେରିକାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଏହାର ଜବାବରେ, ଆଦାନୀ ଏଣ୍ଟରପ୍ରାଇଜେସର ଜଣେ ମୁଖପାତ୍ର କହିଛନ୍ତି, "ଆଦାନୀ ଇରାନୀ-ଉତ୍ପନ୍ନ ଏଲପିଜି ସହିତ ଜଡିତ କୌଣସି ପ୍ରକାରର ନିଷେଧ ଫାଙ୍କିବା କିମ୍ବା ବାଣିଜ୍ୟରେ କୌଣସି ପ୍ରକାରର ଉଦ୍ଦେଶ୍ୟମୂଳକ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରୁଛି। ଏହା ବ୍ୟତୀତ, ଆମେ ଏହି ବିଷୟରେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ତଦନ୍ତ ବିଷୟରେ ଅବଗତ ନାହୁଁ।"

ଗତ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଇରାନୀ ପେଟ୍ରୋଲ ଉପରେ କଟକଣା ଘୋଷଣା କରିଥିଲେ। ସେ କହିଥିଲେ ଯେ ଇରାନୀ ତେଲ କିମ୍ବା ପେଟ୍ରୋକେମିକାଲ୍ ଉତ୍ପାଦର ସମସ୍ତ କ୍ରୟ ବନ୍ଦ ହେବା ଉଚିତ। ଇରାନରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଦ୍ୱିତୀୟ କଟକଣା ଲାଗୁ କରିବାକୁ ସେ ଧମକ ଦେଇଥିଲେ।

ଏହା ପୂର୍ବରୁ ଆମେରିକା ଆଦାନୀ ଗ୍ରୁପର ଉପରେ ଲାଞ୍ଚ କାରବାର ନେଇ ଅଭିଯୋଗ ଲଗାଇଥିଲା। ଗତ ବର୍ଷ ନଭେମ୍ବରରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କୁ ବିଦ୍ୟୁତ ଯୋଗାଣ ଚୁକ୍ତିନାମା ହାସଲ କରିବା ପାଇଁ ଲାଞ୍ଚ ଦେଇଥିବା ଏବଂ ଆମେରିକାରେ ପାଣ୍ଠି ସଂଗ୍ରହ ସମୟରେ ଆମେରିକୀୟ ନିବେଶକମାନଙ୍କୁ ଭ୍ରମିତ କରିଥିବା ଅଭିଯୋଗ କରିଥିଲା ଆମେରିକା। ଏନେଇ ସେଠାରେ ଏକ ମାମଲା ବି ରୁଜୁ ହୋଇଥିଲା। ଏହି ଅଭିଯୋଗକୁ ମଧ୍ୟ ଆଦାନୀ ଖଣ୍ଡନ କରିବା ସହିତ ସମସ୍ତ ପ୍ରକାର ଆଇନଗତ ଲଢ଼େଇ ଲଢ଼ିବାକୁ କମ୍ପାନୀ ପ୍ରସ୍ତୁତ ଥିବା ଆଦାନୀ ଗ୍ରୁପ୍ କହିଥିଲା। 

ଏବେ ନୂଆ ଅଭିଯୋଗ ପରେ ବି ଆଦାନୀ ଗ୍ରୁପ୍ ସମାନ କଥା ଦୋହରାଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଭୁଲ ଧାରଣା ଏବଂ ଅନୁମାନ ଉପରେ ଆଧାରିତ ମନେ ହେଉଛି ବୋଲି କମ୍ପାନୀ ପ୍ରବକ୍ତା କହିଛନ୍ତି।