କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା

ସଂସ୍କୃତି, ଐତିହ୍ୟ , ପରମ୍ପରା ସହ ଯୋଡି ହୋଇଛି ଗାଁର ପରିଚୟ । ଏପରି ଏକ ଗାଁ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଟିଟିଲାଗଡ଼ ବ୍ଲକ ର ମାନିଗାଁ ପଞ୍ଚାୟତ ର ନାନାଝର  ଗାଁ । ୩ ୱାର୍ଡ ବିଶିଷ୍ଟ ଏହି ଗାଁରେ ରୁହନ୍ତି ପ୍ରାୟ ୨୨୦୦ ରୁ ଉର୍ଦ୍ଧ୍ବ ଲୋକ । ଗାଁ ରେ ୨ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ରୋଜଗାରର […] The post କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା appeared first on KNews Odisha.

କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା

ସଂସ୍କୃତି, ଐତିହ୍ୟ , ପରମ୍ପରା ସହ ଯୋଡି ହୋଇଛି ଗାଁର ପରିଚୟ । ଏପରି ଏକ ଗାଁ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଟିଟିଲାଗଡ଼ ବ୍ଲକ ର ମାନିଗାଁ ପଞ୍ଚାୟତ ର ନାନାଝର  ଗାଁ । ୩ ୱାର୍ଡ ବିଶିଷ୍ଟ ଏହି ଗାଁରେ ରୁହନ୍ତି ପ୍ରାୟ ୨୨୦୦ ରୁ ଉର୍ଦ୍ଧ୍ବ ଲୋକ । ଗାଁ ରେ ୨ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ରୋଜଗାରର ମୁଖ୍ୟ ମାଧ୍ୟମ ଚାଷ ଓ ବ୍ୟବସାୟ । ଘଞ୍ଚ ଜଙ୍ଗଲ ମଧ୍ୟରେ ଘେରି ରହିଛି ଏହି ଗାଁ । ଏହି ଗାଁ କେଉଁ କାଳରୁ ଗଢି ଉଠିଛି ତାହା ଜଣା ନାହିଁ । ଛୋଟ ଗାଁ ହେଲେ ବି ଏହି ଗାଁରେ ଲୋକଙ୍କ ମଧ୍ୟରେ ବେଶ ଭାଇଚାରା ରହିଛି । ଏହି ଗାଁ ରେ ରହିଛି ଅନେକ ଦେବାଦେବୀ ମନ୍ଦିର  । ଶିବ ମନ୍ଦିର, ଗାଁ ର ଇଷ୍ଟ ଦେବି ଦ୍ୱାରସେନି  ମନ୍ଦିର, ଜଗନ୍ନାଥ ମନ୍ଦିର ସହ ଛୋଟ ମୋଟ ଦେବୀ ମନ୍ଦିର ରହିଛି । ଗାଁରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚି ପାରିଛି । ଗାଁରେ ରହିଛି ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲରେ ୪୬ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷୟତ୍ରୀ ଅଛନ୍ତି । ଗାଁର ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ କିଲୋମିଟର ଦୂରରେ ଥିବା ଟିଟିଲାଗଡ଼କୁ ଉଚ୍ଚ ଶିକ୍ଷା ପାଇଁ ଯାଇଥାନ୍ତି ।

ନାନାଝର ଗାଁ ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି । ଧାନ ଚାଷ ହିଁ ମୁଖ୍ୟ ଚାଷ ଥିବା ବେଳେ ମୁଗ, ବିରି, କୋଳଥ ଇତ୍ୟାଦି ଡାଲି ଜାତୀୟ ଚାଷ ଓ ଶୀତ ଦିନେ ବିଭିନ୍ନ ପନିପରିବା ଚାଷ କରିଥାନ୍ତି ଗାଁ ଲୋକେ । ଫସଲ ଅମଳ ହେବା ପରେ ବଜାରରେ ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି । ଗାଁ ରେ ଅଛି ୨୨ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଯେଉଁମାନେ ବିଭିନ୍ନ ଚାଷ କରି ସ୍ଵାବଲମ୍ବୀ  ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି । ଗାଁରେ ଶିକ୍ଷା ସୁବିଧା ଥିଲେ ମଧ୍ୟ ଗାଁରେ ପିଇବା ପାଣି ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଅସୁବିଧା ଦେଖିବାକୁ ମିଳୁଛି । ରାସ୍ତାର ମଧ୍ୟ ସମସ୍ୟା ଥିବା କହିଛନ୍ତି ଗାଁ ଲୋକେ । ପାଣି ପାଇଁ ମୁଖ୍ୟତଃ ଏ ଅଞ୍ଚଳର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାନାଝର ଗ୍ରାମବାସୀ  ଏସବୁ ସମସ୍ୟା ବିଷୟରେ ବିଭିନ୍ନ ସମୟରେ ବିଡିଓ ତଥା ପ୍ରଶାସନ ପାଖରେ ଜଣାଇଥିବା କହିଛନ୍ତି । ପାନୀୟ ଜଳର ସମସ୍ୟା ପାଇଁ ଓଭରହେଡ ଟାଙ୍କି ଥାଇ ମଧ୍ୟ ଗାଁରେ ପାନୀୟ ଜଳର ସମସ୍ୟା ଦେଖାଦେଉଛି ।

ଗାଁର ସମସ୍ୟା କେଉଁ କାଳରୁ ରହିଛି ତାର ହିସାବ ନାହିଁ । ରାଜ୍ୟ ଉନ୍ନତି ଆଡ଼କୁ ଗତି କରୁଛି କିନ୍ତୁ ଏଠାକାର ସମସ୍ୟା ପ୍ରତି କାହାର ବି ନଜର ନାହିଁ । ଯଦି ଏ ଗାଁ ପ୍ରତି ପ୍ରଶାସନର ଦ୍ରୁଷ୍ଟି ପଡ଼ନ୍ତା ତେବେ ହୁଏତ ଏମାନଙ୍କ ଅବସ୍ଥା ସୁଧୁରି ପାରିବ ।

 

The post କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା appeared first on KNews Odisha.