କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ମହମ୍ମଦ ମୋକିମ

କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। କଟକର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେଅତିଥି ଭାବେ ଯୋଗ ଦେଇ ଡ. ସାମନ୍ତଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ତାଙ୍କ ପରି ହେବାକୁ ଲକ୍ଷ୍ୟ ରଖିବାକୁ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମହମ୍ମଦ ମୋକିମ୍ । ପିଲା ବେଳୁ ନିଜ ବାପାଙ୍କୁ ହରାଇଥିବା ଡକ୍ଚର ଅଚ୍ୟୁତ ସାମନ୍ତ ନିଜ ଉଦ୍ୟମରେ କିଟ୍ ଭଳି ବିଶ୍ୱବିଦ୍ୟାଳୟ […] The post କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ମହମ୍ମଦ ମୋକିମ appeared first on KNews Odisha.

କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ମହମ୍ମଦ ମୋକିମ
A.samant

କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। କଟକର ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେଅତିଥି ଭାବେ ଯୋଗ ଦେଇ ଡ. ସାମନ୍ତଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ତାଙ୍କ ପରି ହେବାକୁ ଲକ୍ଷ୍ୟ ରଖିବାକୁ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମହମ୍ମଦ ମୋକିମ୍ । ପିଲା ବେଳୁ ନିଜ ବାପାଙ୍କୁ ହରାଇଥିବା ଡକ୍ଚର ଅଚ୍ୟୁତ ସାମନ୍ତ ନିଜ ଉଦ୍ୟମରେ କିଟ୍ ଭଳି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ଯାହା ଦେଶରେ ପ୍ରତିଷ୍ଠିତ ବୋଲି ମୋକିମ କହିଥିବା ବେଳେ ତାଙ୍କ ଅନୁଷ୍ଠାନ କିସ ସାରା ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି ବୋଲି କହିଥିଲେ। କନ୍ଧମାଳ ସାଂସଦ ଥିବା ବିଜେଡି ନେତାଙ୍କର ପ୍ରଶଂସା କାହିଁକି କଲେ ବୋଲି ପ୍ରଶ୍ନରେ ମହମ୍ମଦ ମୋକିମ କହିଛନ୍ତି ଅଚ୍ୟୁତ ସାମନ୍ତଙ୍କ କଥା ସମସ୍ତ ରାଜନୀତିରୁ ଉର୍ଦ୍ଧ୍ବରେ। ଯିଏ ଆଦର୍ଶ ସେ ଯେଉଁ ଦଳରେ ଥାନ୍ତୁ ନା କାହିଁକି ତାଙ୍କୁ ପ୍ରଶଂସା କରିବା ଉଚିତ। ତେଣୁ ସରକାରୀ ଚାକିରୀ ପଛରେ ନ ପଡି ନିଜକୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଭଳି ଗଢିବାକୁ ମହମ୍ମଦ ମୋକିମ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

The post କଲେଜ ଛାତ୍ରୀଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଲେ କଂଗ୍ରେସ ନେତା ମହମ୍ମଦ ମୋକିମ appeared first on KNews Odisha.