‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’

ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ ଅନ୍ତର୍ଜାତିକ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ (ଯୋଗ ଫର୍‌ ସେଲ୍ଫ ଆଣ୍ଡ ସୋସାଇଟି)। ଯୋଗର ଦୈନନ୍ଦିନ ଅଭ୍ୟାସ ସାଙ୍ଗକୁ ସୁସ୍ଥ ଜୀବନ ପାଇଁ ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି। ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନସ୍ତରରେ, ବ୍ଲକସ୍ତରରେ, ଜିଲାସ୍ତରରେ, […] The post ‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’ appeared first on Dharitri Odia News.

‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’

ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ ଅନ୍ତର୍ଜାତିକ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ (ଯୋଗ ଫର୍‌ ସେଲ୍ଫ ଆଣ୍ଡ ସୋସାଇଟି)। ଯୋଗର ଦୈନନ୍ଦିନ ଅଭ୍ୟାସ ସାଙ୍ଗକୁ ସୁସ୍ଥ ଜୀବନ ପାଇଁ ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି।

ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନସ୍ତରରେ, ବ୍ଲକସ୍ତରରେ, ଜିଲାସ୍ତରରେ, ସ୍କୁଲ, କଲେଜସ୍ତରରେ, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି। ପୋଲିସ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ପୌରପାଳିକା ଅଧ୍ୟ ଶର୍ମିଷ୍ଠା ପ୍ରଧାନଙ୍କ ସମେତ ପ୍ରଶାସନିକ ଅଧିକାରୀ ବହୁ ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ସରକାରୀ ପଦାଧିକାରୀ, ସାଧାରଣ ଜନତା ଆଦି ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ ବୋଲି ପ୍ରକାଶ କରିଛନ୍ତି।

The post ‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’ appeared first on Dharitri Odia News.