ପୋଲିସ ଦ୍ୱାରା  ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ

ଭଦ୍ରକ : ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ୱାରା ୧୫ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ  କାର  ଜବତ ହୋଇଛି । ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ଜଣେ ଡ୍ରାଇଭର ଗିରଫ ହୋଇଛନ୍ତି । ସେମାନେ  ଭୁବନେଶ୍ୱର  ଖଣ୍ଡଗିରି ଅଂଚଳର  ବୋଲି ଜଣାପଡିଛି । ପୁରୁଣା ବଜାର ପୋଲିସ ପକ୍ଷରୁ ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହିଠାରେ ଏମଭି ଚେକିଂ କରାଯାଉଥିଲା । ଏହି  ସମୟରେ  ଗୋଟିଏ  କାରରେ ଦୁଇଜଣ  ମହିଳା ସନ୍ଦେହ  ଜନକ  ଭାବେ ଯାଉଥିଲେ […] The post ପୋଲିସ ଦ୍ୱାରା  ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ appeared first on KNews Odisha.

ପୋଲିସ ଦ୍ୱାରା  ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ
bhadrak

ଭଦ୍ରକ : ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ୱାରା ୧୫ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ  କାର  ଜବତ ହୋଇଛି । ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ଜଣେ ଡ୍ରାଇଭର ଗିରଫ ହୋଇଛନ୍ତି । ସେମାନେ  ଭୁବନେଶ୍ୱର  ଖଣ୍ଡଗିରି ଅଂଚଳର  ବୋଲି ଜଣାପଡିଛି । ପୁରୁଣା ବଜାର ପୋଲିସ ପକ୍ଷରୁ ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହିଠାରେ ଏମଭି ଚେକିଂ କରାଯାଉଥିଲା । ଏହି  ସମୟରେ  ଗୋଟିଏ  କାରରେ ଦୁଇଜଣ  ମହିଳା ସନ୍ଦେହ  ଜନକ  ଭାବେ ଯାଉଥିଲେ ।

ଏନେଇ ପୋଲିସର ସନ୍ଦେହ ହେବାରୁ କାରକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା । ତେବେ ସେଠାରୁ  କାର ଚାଳକ ଖସି ଯିବାକୁ ଉଦ୍ୟମ କରିଥିଲା ।  ତେଣୁ ସେଠାରେ ଥିବା ପୋଲିସ ସେହି କାରଟିକୁ ଅଟକାଇବାରୁ ସେଥିରେ ୧୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ବାହାରିଥିଲା । ତେଣୁ ପୋଲିସ ବ୍ରାଉନସୁଗାରକୁ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ  ୪ଟି ଗୋଟି ମୋବାଇଲ ଫୋନ ଏବଂ ସେହି କାରକୁ ଜବତ କରାଯାଇଥିଲା । ପୁରୁଣା ବଜାର ପୋଲିସ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

 

Also read :ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

The post ପୋଲିସ ଦ୍ୱାରା  ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ appeared first on KNews Odisha.