ବିବିନଗର ଏମ୍ସରେ ବିରଳ ସର୍ଜରୀ; ଶିଶୁ ଶରୀରରୁ ଅଲଗା ହେଲା ୧୫ ସେ.ମି ଲାଞ୍ଜ
ହାଇଦ୍ରାବାଦ: ତେଲଙ୍ଗାନାର ବିବିନଗର ଏମସରେ ବିରଳ ଅସ୍ତ୍ରୋପଚାର । ଏକ ୩ ମାସ ଶିଶୁ ଶରୀରରୁ ଲାଞ୍ଜକୁ ଅପରେସନ କରି ଅଲଗା କରିଛନ୍ତି ଡାକ୍ତରୀ ଟିମ୍ । ଅଢେଇ ଘଣ୍ଟାର କଠିନ ପରିଶ୍ରମ ପରେ ଶିଶୁର ମେରୁଦଣ୍ଡରୁ ଲାଞ୍ଚକୁ ଅଲଗା ହୋଇଛି । ଏହି ଅସ୍ତ୍ରୋପଚାରକୁ ଅତି ସତର୍କତାର ସହିତ ଡାକ୍ତରମାନେ ସମ୍ପନ୍ନ କରିଛନ୍ତି । କାରଣ ଏଥିରେ ଶିଶୁର ଜୀବନ ପ୍ରତି ବହୁ ବିପଦ ରହିଥିଲା । ମେରୁଦଣ୍ଡ ସହିତ ୧୫ ସେଣ୍ଟିମିଟରର ଲାଞ୍ଜ ଯୋଡ଼ି ହୋଇଥିଲା । ପିଲାର ଯେପରି ସ୍ନାୟୁ ଜନିତ ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ରଖିଥିଲେ ବିବିନଗର ଏମସ୍ର ଡାକ୍ତରୀ ଟିମ୍ । ଗତ ସୋମବାର ଶିଶୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଥିଲା । ପିଲା ସୁସ୍ଥ ଥିବା ବିବିନଗର ଏମ୍ସ ଡାକ୍ତର କହିଛନ୍ତି । ଏହା ସହିତ ୩ ମାସ ଶିଶୁର ୧୫ ସେଣ୍ଟିମିଟର ଲାଞ୍ଚର ବିରଳ ଅପରେସନ କଥା ଖୁଲାସା କରିଛନ୍ତି । ଗତ ଜାନୁଆରୀ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲା । ଏହି ଅସ୍ତ୍ରୋପଚାର ସର୍ଜରୀ ଡାକ୍ତର ଶଶାଙ୍କ ଶେଖର ପଣ୍ଡାଙ୍କ ନେତୃତ୍ବରେ ହୋଇଥିଲା । ଡାକ୍ତରୀ ଟିମଙ୍କ ପାଇଁ ଏହି ଅପରେସନ ଆହ୍ବନ ଥିଲା । ତଥାପି ଲାଞ୍ଜକୁ ଶିଶୁ ଶରୀରରୁ ଅଲଗା କରାଯାଇଛି । ସର୍ଜରୀର ୬ମାସ ପରେ ଶିଶୁ ଠାରେ କୌଣସି ପ୍ରକାର ସମସ୍ୟା ନଥିବା ଡାକ୍ତର କହିଛନ୍ତି । ଏମିତିକି ନ୍ୟୁରୋଲେଜିକାଲ ସମସ୍ୟା ଦେଖିବାକୁ ମିଳିନାହିଁ । ଅସ୍ତ୍ରୋପଚାର ହୋଇଥିବା ସ୍ଥାନରେ ଘା’ ସୁଖିଯାଇଛି । ଭାରତୀୟ ଚ
ହାଇଦ୍ରାବାଦ: ତେଲଙ୍ଗାନାର ବିବିନଗର ଏମସରେ ବିରଳ ଅସ୍ତ୍ରୋପଚାର । ଏକ ୩ ମାସ ଶିଶୁ ଶରୀରରୁ ଲାଞ୍ଜକୁ ଅପରେସନ କରି ଅଲଗା କରିଛନ୍ତି ଡାକ୍ତରୀ ଟିମ୍ । ଅଢେଇ ଘଣ୍ଟାର କଠିନ ପରିଶ୍ରମ ପରେ ଶିଶୁର ମେରୁଦଣ୍ଡରୁ ଲାଞ୍ଚକୁ ଅଲଗା ହୋଇଛି । ଏହି ଅସ୍ତ୍ରୋପଚାରକୁ ଅତି ସତର୍କତାର ସହିତ ଡାକ୍ତରମାନେ ସମ୍ପନ୍ନ କରିଛନ୍ତି । କାରଣ ଏଥିରେ ଶିଶୁର ଜୀବନ ପ୍ରତି ବହୁ ବିପଦ ରହିଥିଲା । ମେରୁଦଣ୍ଡ ସହିତ ୧୫ ସେଣ୍ଟିମିଟରର ଲାଞ୍ଜ ଯୋଡ଼ି ହୋଇଥିଲା । ପିଲାର ଯେପରି ସ୍ନାୟୁ ଜନିତ ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ରଖିଥିଲେ ବିବିନଗର ଏମସ୍ର ଡାକ୍ତରୀ ଟିମ୍ ।
ଗତ ସୋମବାର ଶିଶୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଥିଲା । ପିଲା ସୁସ୍ଥ ଥିବା ବିବିନଗର ଏମ୍ସ ଡାକ୍ତର କହିଛନ୍ତି । ଏହା ସହିତ ୩ ମାସ ଶିଶୁର ୧୫ ସେଣ୍ଟିମିଟର ଲାଞ୍ଚର ବିରଳ ଅପରେସନ କଥା ଖୁଲାସା କରିଛନ୍ତି । ଗତ ଜାନୁଆରୀ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲା । ଏହି ଅସ୍ତ୍ରୋପଚାର ସର୍ଜରୀ ଡାକ୍ତର ଶଶାଙ୍କ ଶେଖର ପଣ୍ଡାଙ୍କ ନେତୃତ୍ବରେ ହୋଇଥିଲା । ଡାକ୍ତରୀ ଟିମଙ୍କ ପାଇଁ ଏହି ଅପରେସନ ଆହ୍ବନ ଥିଲା । ତଥାପି ଲାଞ୍ଜକୁ ଶିଶୁ ଶରୀରରୁ ଅଲଗା କରାଯାଇଛି । ସର୍ଜରୀର ୬ମାସ ପରେ ଶିଶୁ ଠାରେ କୌଣସି ପ୍ରକାର ସମସ୍ୟା ନଥିବା ଡାକ୍ତର କହିଛନ୍ତି । ଏମିତିକି ନ୍ୟୁରୋଲେଜିକାଲ ସମସ୍ୟା ଦେଖିବାକୁ ମିଳିନାହିଁ । ଅସ୍ତ୍ରୋପଚାର ହୋଇଥିବା ସ୍ଥାନରେ ଘା’ ସୁଖିଯାଇଛି ।
ଭାରତୀୟ ଚିକିତ୍ସା ବିଜ୍ଞାନରେ ଏହା ଏକ ଦୁର୍ଲଭ ଅସ୍ତ୍ରୋପଚାର । ଏହା ପୂର୍ବରୁ ବିଶ୍ବ ଏଭଳି ୪୦ଟି ମାମଲା ସଫଳତା ପୂର୍ବକ ଚିକିତ୍ସା ହୋଇଛି । ଏହାକୁ ମିଶାଇ ୪୧ଟି ଦୁର୍ଲଭ ଅପରେସନ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କିଛି ଦିନ ତଳେ ଚୀନରେ ଗୋଟିଏ ମଣିଶ ଲାଞ୍ଜ କେସ୍ ସାମ୍ନାକୁ ଆସିଥିଲା । ଡାକ୍ତର ଏହାକୁ ସର୍ଜରୀ ମାଧ୍ୟମରେ ଶରୀରରୁ ଅଲଗା କରିଥିଲେ । ସେହିପରି ଓଡ଼ିଶାରେ ଏଭଳି ଏକ ମାମଲା ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଏମ୍ସ ହସ୍ପିଟାଲର ନ୍ୟୁରୋସର୍ଜନ ଡାକ୍ତର ମଣିଷ ଶରୀରରୁ ଲାଞ୍ଜକୁ ଅଲଗା କରିଥିଲେ ।....