ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା
ନୂଆଦିଲ୍ଲୀ,୭ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ର ହସ୍ତକ୍ଷେପ ପରେ ମଧ୍ୟ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ସର୍ବାଧିକ ଦୁର୍ବଳ ହୋଇଛି। ବୁଧବାର ଭାରତୀୟ ଶେୟାର ବଜାର କାରବାର ବନ୍ଦ କରିବା ବେଳକୁ ପ୍ରତି ଡଲାର ତୁଳନାରେ ୮୪,୨୮ ଟଙ୍କା ଥିବା ବେଳେ ଗୁରୁବାର ଏହା ୮୪.୨୯୫୦ ଟଙ୍କାରେ ପହଞ୍ଚିଛି। ତାଙ୍କ ମୂଲ୍ୟ ହ୍ରାସର କାରଣ ହେଉଛି ଟ୍ରମ୍ପଙ୍କ ବିଜୟ, ଆଶା କରାଯାଉଛି କି ଟ୍ରମ୍ପ ଆମେରିକୀୟ ଡଲାରକୁ ଶକ୍ତିଶାଳୀ କରିବାକୂକିଛି ପଦକ୍ଷେପ ନେଇ ପାରନ୍ତି। […] The post ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୭ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ର ହସ୍ତକ୍ଷେପ ପରେ ମଧ୍ୟ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ସର୍ବାଧିକ ଦୁର୍ବଳ ହୋଇଛି। ବୁଧବାର ଭାରତୀୟ ଶେୟାର ବଜାର କାରବାର ବନ୍ଦ କରିବା ବେଳକୁ ପ୍ରତି ଡଲାର ତୁଳନାରେ ୮୪,୨୮ ଟଙ୍କା ଥିବା ବେଳେ ଗୁରୁବାର ଏହା ୮୪.୨୯୫୦ ଟଙ୍କାରେ ପହଞ୍ଚିଛି। ତାଙ୍କ ମୂଲ୍ୟ ହ୍ରାସର କାରଣ ହେଉଛି ଟ୍ରମ୍ପଙ୍କ ବିଜୟ, ଆଶା କରାଯାଉଛି କି ଟ୍ରମ୍ପ ଆମେରିକୀୟ ଡଲାରକୁ ଶକ୍ତିଶାଳୀ କରିବାକୂକିଛି ପଦକ୍ଷେପ ନେଇ ପାରନ୍ତି।
ବିଶେଷଜ୍ଞମାନେ ଆକଳନ ଅନୁଯାୟୀ ଟ୍ରମ୍ପଙ୍କ ଟିକସ ହ୍ରାସ ଏବଂ ନିୟନ୍ତ୍ରଣ ନୀତି ଆମେରିକାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରେ ଏବଂ ନିବେଶକମାନଙ୍କୁ ଅନ୍ୟ ମୁଦ୍ରା ତୁଳନାରେ ଡଲାରକୁ ପସନ୍ଦ କରିବାକୁ କୁହାଯାଇପାରେ। ଏହି ପଦକ୍ଷେପ ୟୁରୋ ଏବଂ ଏସୀୟ ମୁଦ୍ରାକୁ କ୍ଷତି ପହଞ୍ଚାଇପାରେ। ତେବେ ବୁଧବାର କାରବାର ସମୟରେ ଏସୀୟ ମୁଦ୍ରାରେ ୧.୮% ହ୍ରାସ ସତ୍ତ୍ୱେ ସେମାନେ ଗୁରୁବାର ସ୍ଥିର ରହିଛନ୍ତି କାରଣ ଡଲାର ସୂଚକାଙ୍କ ୦.୧% ହ୍ରାସ ପାଇ ୧୦୪.୯ ରେ ପହଞ୍ଚିଛି।
ଅବଶ୍ୟ, ଭାରତୀୟ ଶେୟାର ବଜାରରୁ କେବଳ ନଭେମ୍ବରରେ ବିଦେଶୀ ନିବେଶକମାନେ ୧.୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଇକ୍ୱିଟି ବିକ୍ରି କରି ଟଙ୍କା ଉପରେ ଅଧିକ ଚାପ ସୃଷ୍ଟି କରିଛନ୍ତି। ଭାରତର ପ୍ରମୁଖ ଇକ୍ୱିଟି ଇଣ୍ଡେକ୍ସ, ସେନ୍ସେକ୍ସ ଏବଂ ନିଫ୍ଟି ୫୦ ମଧ୍ୟ ଆଜି ୧% ରୁ ଅଧିକ ହ୍ରାସ ପାଇଛି ଯାହା ଦ୍ୱାରା ନିବେଶକମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ଏଭଳି ପରିସ୍ଥିତିରେ ନିବେଶକମାନେ ବର୍ତ୍ତମାନ ଆମେରିକାର ଫେଡେରାଲ ରିଜର୍ଭ ନୀତି ନିର୍ଣ୍ଣୟକୁ ଅପେକ୍ଷା କରିଛନ୍ତି, ଯାହା ମୁଦ୍ରା ଧାରା ଉପରେ ଅଧିକ ପ୍ରଭାବ ପକାଇପାରେ। ଆଶା କରାଯାଉଛି ଯେ ଫେଡେରେଲ ରିଜର୍ଭ ସୁଦ୍ଧା ହାର ୨୫ ବେସିସ ପଏଣ୍ଟ ହ୍ରାସ କରିପାରେ।
ଟ୍ରମ୍ପଙ୍କ ପ୍ରଥମ ପାଳିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମ୍ପର୍କ ଭଲ ଥିବା ବେଳେ ଦ୍ୱିତୀୟ ପାଳିରେ ମଧ୍ୟ ସସମାନ ଆଶା କରାଯାଉଛି। ସେହିଭଳି ଟ୍ରମ୍ପଙ୍କ ଚାଇନା ବିରୋଧୀ ନୀତି ମଧ୍ୟ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସୁଯୋଗ ଦେଇପାରେ। ଏଥିସହିତ କାନାଡ଼ା ସହିତ ଚାଲିଥିବା ବିବାଦରେ ମଧ୍ୟ ଟ୍ରମ୍ପ ଭାରତ ପ୍ରତି କୋହ୍ଲ ମନୋଭାବ ପୋଷଣ କରିପାରନ୍ତି।
The post ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା appeared first on Dharitri Odia News.