ମହିଳା ଏସିଆ କପ୍‌ ଫାଇନାଲରେ ଭାରତ, ବାଂଲାଦେଶକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଲା ଭାରତ। ଦମବୁଲ୍ଲାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତକୁ ଭେଟିଥିଲା ବାଂଲାଦେଶ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୮୦ ରନ୍‌ ସଂଗ୍ରହ କରିଥିଲା। ଜବାବରେ କୌଣସି ଓ୍ୱିକେଟ ନହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଭାରତ।  ଭାରତ ପକ୍ଷରୁ ରେଣୁକା ୪ ଓଭର ବୋଲିଂ କରି ୩ ଓ୍ୱିକେଟ ନେଇଥିଲେ। ମାଣ୍ଡାନା ୩୯ ବଲରେ ସମ୍ମୁଖୀନ ହୋଇ ଅପରାଜିତ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୯କା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଶେଫାଳୀ 28 ବଲରେ 26 ରନ୍ ସ୍କୋର କରିଥିଲେ। ସେ ୨ଟି ଚୌକା ମାରିଥିଲେ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ 20 ଓଭରରେ ମାତ୍ର 80 ରନ୍ କରିଥିଲା। ଏଥିପାଇଁ ଅଧିନାୟକ ନିଗ୍ରା ସୁଲତାନ ୩୨ ରନର ଇନିଂସ ଖେଳିଥିଲେ। ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ମହିଳା ଏସିଆ କପ୍ ନିଜର ପତିଆରା ଜାହିର କରିଛି। ଭାରତୀୟ ଦଳ ୭ଥର ଏହି ଟାଇଟଲ ଜିତିଛି। ମହିଳା ଦଳ ଭାରତ ୪ ଥର ଦିନିକିଆ ଏସିଆ କପ୍ ଜିତିଛି। ଏହା ପରେ ସେ ତିନୋଟି ଟି -20 ଏସିଆ କପ୍ ଜିତିଛନ୍ତି। 2004, 2005, 2006 ଏବଂ 2008ରେ ଭାରତ ଜିତିଥିଲା। ଏହା ପରେ, 2012, 2016 ଏବଂ 2022ରେ ଟାଇଟଲ୍ ଜିତିଥିଲା।

ମହିଳା ଏସିଆ କପ୍‌ ଫାଇନାଲରେ ଭାରତ, ବାଂଲାଦେଶକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଲା ଭାରତ। ଦମବୁଲ୍ଲାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତକୁ ଭେଟିଥିଲା ବାଂଲାଦେଶ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୮୦ ରନ୍‌ ସଂଗ୍ରହ କରିଥିଲା। ଜବାବରେ କୌଣସି ଓ୍ୱିକେଟ ନହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଭାରତ।  ଭାରତ ପକ୍ଷରୁ ରେଣୁକା ୪ ଓଭର ବୋଲିଂ କରି ୩ ଓ୍ୱିକେଟ ନେଇଥିଲେ। ମାଣ୍ଡାନା ୩୯ ବଲରେ ସମ୍ମୁଖୀନ ହୋଇ ଅପରାଜିତ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୯କା ଓ ଗୋଟିଏ ଛକା ମାରିଥିଲେ। 

ସେହିପରି ଶେଫାଳୀ 28 ବଲରେ 26 ରନ୍ ସ୍କୋର କରିଥିଲେ। ସେ ୨ଟି ଚୌକା ମାରିଥିଲେ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ 20 ଓଭରରେ ମାତ୍ର 80 ରନ୍ କରିଥିଲା। ଏଥିପାଇଁ ଅଧିନାୟକ ନିଗ୍ରା ସୁଲତାନ ୩୨ ରନର ଇନିଂସ ଖେଳିଥିଲେ। 

ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ମହିଳା ଏସିଆ କପ୍ ନିଜର ପତିଆରା ଜାହିର କରିଛି। ଭାରତୀୟ ଦଳ ୭ଥର ଏହି ଟାଇଟଲ ଜିତିଛି। ମହିଳା ଦଳ ଭାରତ ୪ ଥର ଦିନିକିଆ ଏସିଆ କପ୍ ଜିତିଛି। ଏହା ପରେ ସେ ତିନୋଟି ଟି -20 ଏସିଆ କପ୍ ଜିତିଛନ୍ତି। 2004, 2005, 2006 ଏବଂ 2008ରେ ଭାରତ ଜିତିଥିଲା। ଏହା ପରେ, 2012, 2016 ଏବଂ 2022ରେ ଟାଇଟଲ୍ ଜିତିଥିଲା।