ଏବେ ୟୁପିଆଇରେ ଜମା କରିପାରିବେ ଟଙ୍କା, ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆରବିଆଇର ବଡ଼ ଘୋଷଣା। ଏଣିକି ଟଙ୍କା ଡିପୋଜିଟ୍ ପାଇଁ ପଡ଼ିବନି ଡେବିଟ୍‌ କାର୍ଡର ଆବଶ୍ୟକତା। କାରଣ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆରବିଆଇ ଖୁବ୍‌ଶୀଘ୍ର ଟଙ୍କା ଡିପୋଜିଟ୍‌ ମେସିନ୍‌ରେ ୟୁପିଆଇ ମାଧ୍ୟମରେ ଟଙ୍କା ଜମା କରିବାର ସୁବିଧା ଆରମ୍ଭ କରିବାକୁ ଯାଉଛି।ମନିଟାରୀ ପଲିସିର ବୈଠକରେ ଏହି ଘୋଷଣା କରିଛନ୍ତି।ତେବେ ବର୍ତ୍ତମାନ କେବଳ ୟୁପିଆଇ ଦ୍ବାରା ଟଙ୍କା କାଢ଼ିବାର ସୁବିଧା ଉପଲବ୍ଧ ରହିଛି। ତେବେ ଆରବିଆଇ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିଲେ ବି ଏହି ସୁବିଧା ଖୁବ୍‌ଶୀଘ୍ର ଆରମ୍ଭ ହେବା ନେଇ କୁହାଯାଉଛି। 

ଏବେ ୟୁପିଆଇରେ ଜମା କରିପାରିବେ ଟଙ୍କା, ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆରବିଆଇର ବଡ଼ ଘୋଷଣା। ଏଣିକି ଟଙ୍କା ଡିପୋଜିଟ୍ ପାଇଁ ପଡ଼ିବନି ଡେବିଟ୍‌ କାର୍ଡର ଆବଶ୍ୟକତା। କାରଣ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆରବିଆଇ ଖୁବ୍‌ଶୀଘ୍ର ଟଙ୍କା ଡିପୋଜିଟ୍‌ ମେସିନ୍‌ରେ ୟୁପିଆଇ ମାଧ୍ୟମରେ ଟଙ୍କା ଜମା କରିବାର ସୁବିଧା ଆରମ୍ଭ କରିବାକୁ ଯାଉଛି।

ମନିଟାରୀ ପଲିସିର ବୈଠକରେ ଏହି ଘୋଷଣା କରିଛନ୍ତି।ତେବେ ବର୍ତ୍ତମାନ କେବଳ ୟୁପିଆଇ ଦ୍ବାରା ଟଙ୍କା କାଢ଼ିବାର ସୁବିଧା ଉପଲବ୍ଧ ରହିଛି। ତେବେ ଆରବିଆଇ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିଲେ ବି ଏହି ସୁବିଧା ଖୁବ୍‌ଶୀଘ୍ର ଆରମ୍ଭ ହେବା ନେଇ କୁହାଯାଉଛି।