ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍‌ ତ…

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି। ନିର୍ବାଚନରେ ନମ୍ବର ଗେମ୍‌କୁ ନେଇ ମୋଦି କହିଛନ୍ତି, ହାରିବା, ଜିତିବା ରାଜନୀତିର ଏକ ଅଙ୍ଗ। ନମ୍ବର ଗେମ୍‌ ତ ଚାଲିଥାଏ। ମନ୍ତ୍ରୀ ପରିଷଦର ସହଯୋଗୀମାନେ ୧୦ ବର୍ଷ ଧରି ଭଲ କାମ କରିଛନ୍ତି। ଆଗକୁ ମଧ୍ୟ କାମ କରିବୁ। ଆମେ କ୍ଷମତା, ସଂଗଠନ, ପ୍ରତି ସ୍ଥାନରେ ଦେଶବାସୀଙ୍କ […] The post ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍‌ ତ… appeared first on Dharitri Odia News.

ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍‌ ତ…

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି।

ନିର୍ବାଚନରେ ନମ୍ବର ଗେମ୍‌କୁ ନେଇ ମୋଦି କହିଛନ୍ତି, ହାରିବା, ଜିତିବା ରାଜନୀତିର ଏକ ଅଙ୍ଗ। ନମ୍ବର ଗେମ୍‌ ତ ଚାଲିଥାଏ। ମନ୍ତ୍ରୀ ପରିଷଦର ସହଯୋଗୀମାନେ ୧୦ ବର୍ଷ ଧରି ଭଲ କାମ କରିଛନ୍ତି। ଆଗକୁ ମଧ୍ୟ କାମ କରିବୁ। ଆମେ କ୍ଷମତା, ସଂଗଠନ, ପ୍ରତି ସ୍ଥାନରେ ଦେଶବାସୀଙ୍କ ଆଶାକୁ ପୂରଣ କରିଛୁ। ଆଗକୁ ମଧ୍ୟ କରିବୁ। ଆପଣ ସମସ୍ତେ ଭଲ କାମ କରିଛନ୍ତି, କଠିନ ପରିଶ୍ରମ କରିଛନ୍ତି ବୋଲି କହିବା ସହ ମୋଦି ସମସ୍ତଙ୍କ ମନୋବଦଳ ବଢ଼ାଇ ଧନ୍ୟବାଦ ଜଣାଇଛନ୍ତି।

ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳରେ ଭାଜପା ନିଜ ଦମ୍‌ରେ ବହୁମତ ହାସଲ କରିପାରି ନାହିଁ। ହେଲେ ଏନ୍‌ଡିଏ ବହୁମତ ପାଇଛି। ଏହାପରଠାରୁ ପାଟଣା, ହାଇଦ୍ରାବାଦଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ହଲଚଲ ଆରମ୍ଭ ହୋଇଛି। ଦିଲ୍ଲୀରେ ବୈଠକ ପରେ ବୈଠକ ବସୁଛି।

କହିରଖୁଛୁ, ଅନ୍ତିମ ଫଳାଫଳରେ ଏନ୍‌ଡି,କୁ ୨୯୨ ଆସନ ମିଳିଛି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟକୁ ୨୩୪ ଆସନ ମିଳିଛି। ଅନ୍ୟ ଦଳଗୁଡ଼ିକ ୧୭ ଆସନ ଜିତିଛନ୍ତି। ଭାଜପା ଏବଂ କଂଗ୍ରେସ ବିଷୟରେ କହିଲେ ଶାସନ ଦଳକୁ ୨୪୦ ଏବଂ କଂଗ୍ରେସକୁ ୯୯ ଆସନ ମିଳିଛି।

The post ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍‌ ତ… appeared first on Dharitri Odia News.