ମହାନଦୀରେ ବୁଡ଼ି ଯାଇଥିବାବେଳେ ଉଦ୍ଧାର ହେଲେ ବୃଦ୍ଧା,ଯୁବତୀ ନିଖୋଜ
କଟକ : ଗାଧୋଇବାବେଳେ ମହାନଦୀରେ ଖସିଗଲା ବୃଦ୍ଧଙ୍କ ଗୋଡ଼ । ତେବେ ବୁଡ଼ିଯାଉଥିବା ସମୟରେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉଦ୍ଧାର କରିଛନ୍ତି କଟକ ମୁନିସିପାଲିଟି କର୍ମଚାରୀ । ଉଦ୍ଧାର କରିଥିବା କର୍ମଚାରୀ ବାବୁଲି ବେହେରା ବୋଲି ଜଣା ପଡିଛି । କଟକ ଯୋବ୍ରା ଆନିକଟ ବ୍ରିଜ ନିକଟରେ ବୃଦ୍ଧାଙ୍କୁ ବୁଡ଼ିଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ବାବୁଲି ବେହେରା । ଖବର ପାଇଁ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା । […]

କଟକ : ଗାଧୋଇବାବେଳେ ମହାନଦୀରେ ଖସିଗଲା ବୃଦ୍ଧଙ୍କ ଗୋଡ଼ । ତେବେ ବୁଡ଼ିଯାଉଥିବା ସମୟରେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉଦ୍ଧାର କରିଛନ୍ତି କଟକ ମୁନିସିପାଲିଟି କର୍ମଚାରୀ । ଉଦ୍ଧାର କରିଥିବା କର୍ମଚାରୀ ବାବୁଲି ବେହେରା ବୋଲି ଜଣା ପଡିଛି । କଟକ ଯୋବ୍ରା ଆନିକଟ ବ୍ରିଜ ନିକଟରେ ବୃଦ୍ଧାଙ୍କୁ ବୁଡ଼ିଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ବାବୁଲି ବେହେରା । ଖବର ପାଇଁ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର କରିବା ସମୟରେ ଉଭୟ ମହିଳା ଓ ବାବୁଲି ଆହତ ହୋଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ମହିଳା ଜଣକ ଭୁବନେଶ୍ୱର ମଞ୍ଚେଶ୍ୱରର ବାସିନ୍ଦା ହୋଇଥିବାବେଳେ କଉଡ଼ି, ଗୁଆ ଓ ପୂଜା ଧାନ ପାଣିରେ ପକାଇବା ପାଇଁ ମହାନଦୀକୁ ଆସି ବୁଡି ଯାଉଥିବା ସୂଚନା ମିଳିଛି ।
ଅନ୍ୟପଟେ,ପୋଲ ଉପରୁ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ପୋଲ ଉପରୁ ଯୁବତୀ ଜଣକ ମହାନଦୀକୁ ଡେଇଁ ଯୁବତୀ ଜଣକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଜାରି ରହିଛି । ତେବେ ତାଙ୍କ ନଦୀକୁ ଡେଇଁବା ଘଟଣା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସ୍ଥାନୀୟ ଗୋପିଆକୁଦ ଅଞ୍ଚଳର ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣା ସହିତ ଏହାର ସମ୍ପୃକ୍ତି ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।