ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ବଜେଟ ୨୦୨୪ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜୁଲାଇ ୨୨ର ସଂସଦରେ ଉପସ୍ଥାପିତ ହେବ। ଏହା ବ୍ୟତୀତ ଜୁଲାଇ ୩ରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଅଣାଯାଇଥିଲା ଏବଂ ବର୍ତ୍ତମାନ ଲୋକ ସଭା ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ସରକାର ଗଠନ ହୋଇଛି ଯାହା ସମ୍ପୂର୍ଣ୍ଣ ବଜେଟ ଘୋଷଣା କରିବ। […] The post ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ appeared first on Dharitri Odia News.

ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ବଜେଟ ୨୦୨୪ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜୁଲାଇ ୨୨ର ସଂସଦରେ ଉପସ୍ଥାପିତ ହେବ। ଏହା ବ୍ୟତୀତ ଜୁଲାଇ ୩ରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଅଣାଯାଇଥିଲା ଏବଂ ବର୍ତ୍ତମାନ ଲୋକ ସଭା ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ସରକାର ଗଠନ ହୋଇଛି ଯାହା ସମ୍ପୂର୍ଣ୍ଣ ବଜେଟ ଘୋଷଣା କରିବ।
୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଜାରି ରହିବ। ସଂସଦ ଅଧିବେଶନର ପ୍ରଥମ ତିନି ଦିନରେ ନବ ନିର୍ବାଚିତ ଏମ୍‌ପିମାନେ ଶପଥ ଗ୍ରହଣ କରିବେ ଏବଂ ଗୃହର ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। ସେହିପରି ରାଜ୍ୟ ସଭାର ପ୍ରଥମ ଅଧିବେଶନ ଜୁନ ୨୭ରୁ ଜୁଲାଇ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

The post ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ appeared first on Dharitri Odia News.