ଲ୍ୟାମ୍ପସ ଏମ୍ଡିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା
ଜମନକିରା,୨୪ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ ଲ୍ୟାମ୍ପସ ଏମ୍ଡି ହରେକୃଷ୍ଣ ରାଉତ (୪୦)ଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫)। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତ ପଠାଇଥିବା ଦିଆଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଦଫା ୨୯୬, ୧୨୬(୨), ୧୩୨, […] The post ଲ୍ୟାମ୍ପସ ଏମ୍ଡିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା appeared first on Dharitri Odia News.
ଜମନକିରା,୨୪ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ ଲ୍ୟାମ୍ପସ ଏମ୍ଡି ହରେକୃଷ୍ଣ ରାଉତ (୪୦)ଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫)। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତ ପଠାଇଥିବା ଦିଆଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଦଫା ୨୯୬, ୧୨୬(୨), ୧୩୨, ୧୧୫(୨), ୩୫୧(୨), ୨୨୧ରେ ଏକ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଫାଶିମାଲ ଲମ୍ପସକୁ ଚଳିତ ମାସ ଗତ ୧୪ ତାରିଖରେ ବିଞ୍ଜିପାଲିି ଗାଁର ସଞ୍ଜୟ ପଟେଲ (୪୫) ଧାନ କାର୍ଡ କରିବା ପାଇଁ ଆସିଥିଲେ। ସେଠାରେ ଶାଖା ପରିଚାଳକ ସନ୍ତୋଷ ପ୍ରଧାନଙ୍କୁ ସେ କାଗଜପତ୍ର ଦେଖାଇଥିଲେ। ଏଥିରେ ପ୍ରଧାନ ସଞ୍ଜୟଙ୍କୁ ତାଙ୍କ ଭାଇଙ୍କ ସହମତି ପତ୍ର ଦେବା ପାଇଁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସଞ୍ଜୟ ପରିଚାଳକ ପ୍ରଧାନଙ୍କୁ ଗାଳିଗୁଲଜ କରି କୁଚିଣ୍ଡା ଏଆରସିଏସ ଅଫିସକୁ ଧାନ କାର୍ଡ କରିବା ପାଇଁ ଯାଇଥିଲେ। ତେବେ ସେଠାରୁ ତାଙ୍କୁ ଲମ୍ପସରେ କାର୍ଡ ହେବ କହି ଫେରାଇ ଦିଆଯାଇଥିଲା। ଗତ ୧୬ ତାରିଖରେ ଲମ୍ପସ ସଭାପତି ହସ୍ତକ୍ଷେପ କରି ସଞ୍ଜୟ ଓ ତାଙ୍କ ଦୁଇ ଭାଇଙ୍କୁ ଡକାଇ ବୁଝାଇଥିଲେ। ଭାଇଙ୍କ ମଧ୍ୟରୁ ଜଣେ ବୁଝିଥିବା ବେଳେ ସଞ୍ଜୟ ରାଜି ହୋଇ ନ ଥିଲେ। ୧୬ ତାରିଖ ପୁନର୍ବାର ଲ୍ୟମ୍ପସକୁ ଆସି ଏମ୍ଡି ହରେକୃଷ୍ଣ ରାଉତଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ କରିଥିଲେ। ଏନେଇ ଏମ୍ଡି ରାଉତ ଜମନକିରା ଥାନାରେ ଗତ ୧୭ ତାରିଖ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଶନିବାର ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିଲା।
The post ଲ୍ୟାମ୍ପସ ଏମ୍ଡିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା appeared first on Dharitri Odia News.