କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା

କୋଲକାତା,୧ା୯: ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ମମତା ସରକାର ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଉକ୍ତ ଘଟଣା ଥମି ନ ଥିବା ବେଳେ ରବିବାର ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ପ୍ରଗଣାର ମଧ୍ୟମଗ୍ରାମରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଏବଂ […] The post କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା appeared first on Dharitri Odia News.

କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା

କୋଲକାତା,୧ା୯: ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ମମତା ସରକାର ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଉକ୍ତ ଘଟଣା ଥମି ନ ଥିବା ବେଳେ ରବିବାର ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି।

ପଶ୍ଚିମବଙ୍ଗ ପ୍ରଗଣାର ମଧ୍ୟମଗ୍ରାମରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ଭଙ୍ଗାରୁଜା କରାଯାଇଛି। ଏହି ସମୟ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସ୍ଥାନୀୟ ତୃଣମୂଳ କଂଗ୍ରେସର ସରପଞ୍ଚଙ୍କ ଘରେ ମଧ୍ୟ ଆକ୍ରମଣ କରାଯାଇଛି।

The post କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା appeared first on Dharitri Odia News.