ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬ା୫: ୨୦୨୬ରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଫେରିବାକୁ ସିନିୟର ବ୍ୟାଟର ଲୋକେଶ ରାହୁଲ ଲକ୍ଷ୍ୟ ରଖିଛନ୍ତି। ଏହି ଫର୍ମାଟରୁ ଦୂରେଇ ରହିବା ଯୋଗୁ ତାଙ୍କୁ ହ୍ବାଇଟ-ବଲ ଗେମ୍‌ ଉପରେ କାମ କରିବାକୁ ସମୟ ମିଳିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ରାହୁଲ ୩ ବର୍ଷ ତଳେ ଭାରତ ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେ ଅନ୍ତିମ ଥର ଇଂଲଣ୍ଡ ବିପକ୍ଷ ୨୦୨୨ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ଡିଫେଣ୍ଡିଂ ଚାମ୍ପିୟନ […] The post ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ appeared first on Dharitri Odia News.

ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬ା୫: ୨୦୨୬ରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଫେରିବାକୁ ସିନିୟର ବ୍ୟାଟର ଲୋକେଶ ରାହୁଲ ଲକ୍ଷ୍ୟ ରଖିଛନ୍ତି। ଏହି ଫର୍ମାଟରୁ ଦୂରେଇ ରହିବା ଯୋଗୁ ତାଙ୍କୁ ହ୍ବାଇଟ-ବଲ ଗେମ୍‌ ଉପରେ କାମ କରିବାକୁ ସମୟ ମିଳିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ରାହୁଲ ୩ ବର୍ଷ ତଳେ ଭାରତ ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେ ଅନ୍ତିମ ଥର ଇଂଲଣ୍ଡ ବିପକ୍ଷ ୨୦୨୨ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆସନ୍ତା ବର୍ଷ ଶ୍ରୀଲଙ୍କା ସହିତ ମିଳିତ ଭାବେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ରାହୁଲ ଚଳିତବର୍ଷ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୩ ମ୍ୟାଚ୍‌ରେ ୧୪୯.୭୨ ଷ୍ଟ୍ରାଇକରେଟ୍‌ରେ ୫୩୯ ରନ କରିଥିଲେ। ଗତ ୬ ସିଜନରେ ପଞ୍ଚମ ଥର ପାଇଁ ରାହୁଲ ୫୦୦ରୁ ଅଧିକ ରନ କରିଥିଲେ।

ଭାରତୀୟ ଟି୨୦ ଦଳକୁ ଫେରିବାକୁ ଚାହୁଁଛି। ମୋ ମନରେ ଟି୨୦ ବିଶ୍ୱକପ୍‌ ଅଛି। କିନ୍ତୁ ବର୍ତ୍ତମାନ ମୁଁ ଯେଉଁଭଳି ଖେଳୁଛି, ତାହାର ଆନନ୍ଦ ନେବାକୁ ଚାହୁଁଛି। ଅବଶ୍ୟ ମୋତେ ମୋ ହ୍ବାଇଟ-ବଲ ଗେମ୍‌ ଉପରେ ଚିନ୍ତା ଓ କାମ କରିବାକୁ କିଛି ସମୟ ମିଳିଥିଲା। ମୁଁ ମୋ ପ୍ରଦର୍ଶନରେ ଏବଂ ବର୍ତ୍ତମାନ ମୁଁ ଯେଉଁଠି ଅଛି, ସେଥିରେ ଖୁସି ଅଛି।

The post ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ appeared first on Dharitri Odia News.