ଜମା ଖାତାରୁ କିଏ ନେଲା ଟଙ୍କା ? ମହିଳା ମହାସଂଘର ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ
ଭଦ୍ରକ ୧୮।୦୮ : ମହିଳା ମହାସଂଘ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ। ଟଙ୍କା ହଡପ ନେଇ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଟାର୍ଗେଟ। ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି । ମହାସଂଘ ଅଧୀନରେ ଥିବା ସିଆର୍ପି ଓ ଏସଏଚ୍ଜିର ସଦସ୍ୟାମାନେ ଏମିତି ଅଭିଯୋଗ ଆଣିଛନ୍ତି । ଏଘଟଣାକୁ ନେଇ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୁର୍ଗା ପ୍ରସାଦ ଦାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଅଭିଯୋଗରେ ଦର୍ଶାଇଛନ୍ତି ଯେ , ବନ୍ତ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ମହାସଂଘର ଜମାଖାତାରୁ ସଭାନେତ୍ରୀ, ସମ୍ପାଦିକା ଓ ଏମ୍ବିକେ ମିଳିମିଶି ଲକ୍ଷାଧିକ ଟଙ୍କା ବିଭିନ୍ନ ଉପାୟରେ ଉଠାଇ ଆତ୍ମସାତ କରିଛନ୍ତି । ହଡପ ଟଙ୍କା ଫେରସ୍ତ କରିବା ପାଇଁ ସିଆର୍ପି ଓ ଏସ୍ଏଚ୍ଜି ସଦସ୍ୟାମାନେ ବହୁବାର କହୁଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସିଛି । ସରସ୍ୱତୀ ମହାସଂଘ ଅଧୀନରେ ଥିବା ଏକ ସ୍ବୟଂସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ବନ୍ଦ ହୋଇଥିବା ବେଳେ ଉକ୍ତ ଗ୍ରୁପ୍ ନାମରେ ଅନେକ ଥର ବ୍ୟାଙ୍କ ଋଣ ଉଠାଯାଇ ହଡ଼ପ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି। ଋଣ ଉଠାଣ ସମ୍ପର୍କରେ ସମ୍ପୃକ୍ତ ଏସ୍ଏଚ୍ଜିର ସଦସ୍ୟାମାନେ କୌଣସି ଟେର୍ ପାଇନାହାନ୍ତି । ଉକ୍ତ ଗୋଷ୍ଠୀ ନାମରେ ନକଲି ରିଜୋଲେସନ ତିଆରି କରାଯିବା ସହ ସଭାନେତ୍ରୀ, ସମ୍ପାଦିକା ଓ ସଦସ୍
ଭଦ୍ରକ ୧୮।୦୮ : ମହିଳା ମହାସଂଘ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ। ଟଙ୍କା ହଡପ ନେଇ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଟାର୍ଗେଟ। ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି । ମହାସଂଘ ଅଧୀନରେ ଥିବା ସିଆର୍ପି ଓ ଏସଏଚ୍ଜିର ସଦସ୍ୟାମାନେ ଏମିତି ଅଭିଯୋଗ ଆଣିଛନ୍ତି । ଏଘଟଣାକୁ ନେଇ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୁର୍ଗା ପ୍ରସାଦ ଦାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଇଛନ୍ତି ଯେ , ବନ୍ତ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ମହାସଂଘର ଜମାଖାତାରୁ ସଭାନେତ୍ରୀ, ସମ୍ପାଦିକା ଓ ଏମ୍ବିକେ ମିଳିମିଶି ଲକ୍ଷାଧିକ ଟଙ୍କା ବିଭିନ୍ନ ଉପାୟରେ ଉଠାଇ ଆତ୍ମସାତ କରିଛନ୍ତି । ହଡପ ଟଙ୍କା ଫେରସ୍ତ କରିବା ପାଇଁ ସିଆର୍ପି ଓ ଏସ୍ଏଚ୍ଜି ସଦସ୍ୟାମାନେ ବହୁବାର କହୁଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସିଛି । ସରସ୍ୱତୀ ମହାସଂଘ ଅଧୀନରେ ଥିବା ଏକ ସ୍ବୟଂସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ବନ୍ଦ ହୋଇଥିବା ବେଳେ ଉକ୍ତ ଗ୍ରୁପ୍ ନାମରେ ଅନେକ ଥର ବ୍ୟାଙ୍କ ଋଣ ଉଠାଯାଇ ହଡ଼ପ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି। ଋଣ ଉଠାଣ ସମ୍ପର୍କରେ ସମ୍ପୃକ୍ତ ଏସ୍ଏଚ୍ଜିର ସଦସ୍ୟାମାନେ କୌଣସି ଟେର୍ ପାଇନାହାନ୍ତି । ଉକ୍ତ ଗୋଷ୍ଠୀ ନାମରେ ନକଲି ରିଜୋଲେସନ ତିଆରି କରାଯିବା ସହ ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାଙ୍କ ଜାଲ୍ ଦସ୍ତଖତ କରାଯାଇ ଟଙ୍କା ଉଠାଯାଇଛି ବୋଲି କହିଛନ୍ତି ସିଆରପି । ସେଲ୍ଫ ଚେକ୍ ଜରିଆରେ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଇବା ଏବଂ ମହାସଂଘ ଜମାଖାତାରୁ ନିଜ ନିଜ ବ୍ୟକ୍ତିଗତ ଜମାଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି।
ସେହିପରି ଏସ୍ଏଚ୍ଜିଙ୍କ ମାସିକ ଦେୟ ମହାସଂଘ ଜମାଖାତାରେ ଡିପୋଜିଟ କରାନଯାଇ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ହଡ଼ପ ହୋଇଥିବା ଟଙ୍କା ତୁରନ୍ତ ଆଦାୟ କରାଯିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିପିଏମ୍ ଦୁର୍ଗା ପ୍ରସାଦ ଦାଶଙ୍କୁ ଯୋଗାଯୋଗ କରଥିଲୁ। କିନ୍ତୁ ପ୍ରତିକ୍ରିୟା ଦେଇନଥିଲେ ବି ଏମିତି ଉପାୟରେ ଟଙ୍କା ଉଠାଇବାକୁ ବେଆଇନ ବୋଲି କହିଛନ୍ତି। କିନ୍ତୁ ଅଭିଯୋଗ ହେଲେ କାଗଜପତ୍ର ଯାଞ୍ଚ କରାଯିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । କିନ୍ତୁ ସରସ୍ୱତୀ ମହାସଂଘ ର ସମ୍ପାଦିକା କହିଛନ୍ତି ଏ ଅଭିଯୋଗ ମିଛ। ତାଙ୍କ ସଂଘ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଛ ହୋଇନଥିବ , କିଛି ସତ୍ୟତା ଥାଇପାରେ।