ଚିନ୍ତା ବଢାଉଛି ବିଶ୍ବ ଉତ୍ତାପନ, ଉଭାନ ହେଲା ଶେଷ ଗ୍ଲାସିଅର
ବିଶ୍ୱ ପାଇଁ ଚିନ୍ତାର ବିଷୟ ବିଶ୍ବ ଉତ୍ତାପନର ଭୟଙ୍କର ସ୍ଥିତି । ଉଭାନ ହେଲା ଶେଷ ଗ୍ଲାସିଅର । ଭେନେଜୁଏଲା ହରାଇଲା ନିଜର ଶେଷ ଗ୍ଲାସିଅର ‘ଲା କୋରୋନା’ । ସରକାରଙ୍କ ସବୁ ଚେଷ୍ଟା ସତ୍ତେ୍ୱ ଭେନେଜୁଏଲାର ଶେଷ ଗ୍ଲାସିଅର ଉଭାନ୍ ହୋଇଛି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କହିଛନ୍ତି । ୧୧୦୦ ଏକରରୁ ଅଧିକ କ୍ଷେତ୍ରରେ ବିସ୍ତୃତ ଲା କୋରୋନା ଗ୍ଲାସିଅର ସଙ୍କୁଚିତ ହୋଇ ଏକ ବରଫ କ୍ଷେତ୍ରରେ ସୀମିତ ହୋଇଛି । ଏହି ଘଟଣା ପରେ ଆଣ୍ଡିଜ୍ ଶୃଙ୍ଖଳାରେ ଗ୍ଲାସିଅର-ରହିତ ଏକମାତ୍ର ଦେଶ ହୋଇଛି ଭେନେଜୁଏଲା । ତେବେ ଏହା ଶେଷ ଦେଶ ହେବ ନାହିଁ ବୋଲି ବୈଜ୍ଞାନିକମାନେ ଚେତାଇଛନ୍ତି । ଦୀର୍ଘ ସମୟ ପୂର୍ବରୁ ବୈଜ୍ଞାନିକମାନେ ଲା କୋରୋନା ଉଭାନ୍ ହୋଇଯିବା ବିଷୟରେ ଅନୁମାନ କରିଥିଲେ । ସେମାନେ ଏବେ କହିଛନ୍ତି, ତାମପାତ୍ରା ବୃଦ୍ଧି ଭେନେଜୁଏଲା, କଲମ୍ବିୟା, ଇକୁଏଡର ଦେଇ ଯାଇଥିବା ସମଗ୍ର ଉତ୍ତର ଆଣ୍ଡିଜକୁ ୨୦୫୦ ମସିହା ସୁଦ୍ଧା ବରଫମୁକ୍ତ କରିଦେବ । ମେରିଡା ସ୍ଥିତ ୟୁନିଭର୍ସିଟି ଅଫ୍ ଆଣ୍ଡିଜ୍ର ନକ୍ଷତ୍ରବୈଜ୍ଞାନିକ ଆଲେଜାଣ୍ଡ୍ରୋ ମେଲ୍ଫୋ କହିଛନ୍ତି, ୭୦ ଦଶକରୁ ଆମ ଉଷ୍ଣମଣ୍ଡଳୀୟ ଗ୍ଲାସିଅର୍ଗୁଡ଼ିକ ତରଳୁଛି । ଲୋକେ ଏବେ ଏହାର ଅଭାବକୁ ଅନୁଭବ କରୁଛନ୍ତି । ୪୦ ବର୍ଷ ତଳେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଭେନେଜୁଏଲାରେ ଅତିକମ୍ରେ ୩ ଗ୍ଲାସିଅର ଧୀରେ ଧୀରେ ତରଳିଥିବା ବୈଜ୍ଞାନିକମାନେ ଦେଖିଛନ୍ତି । ଯଦିଓ ଭେନେଜୁଏଲା ଉଷ୍ଣମଣ୍ଡଳରେ ଅବସ୍ଥ
ବିଶ୍ୱ ପାଇଁ ଚିନ୍ତାର ବିଷୟ ବିଶ୍ବ ଉତ୍ତାପନର ଭୟଙ୍କର ସ୍ଥିତି । ଉଭାନ ହେଲା ଶେଷ ଗ୍ଲାସିଅର । ଭେନେଜୁଏଲା ହରାଇଲା ନିଜର ଶେଷ ଗ୍ଲାସିଅର ‘ଲା କୋରୋନା’ । ସରକାରଙ୍କ ସବୁ ଚେଷ୍ଟା ସତ୍ତେ୍ୱ ଭେନେଜୁଏଲାର ଶେଷ ଗ୍ଲାସିଅର ଉଭାନ୍ ହୋଇଛି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କହିଛନ୍ତି ।
୧୧୦୦ ଏକରରୁ ଅଧିକ କ୍ଷେତ୍ରରେ ବିସ୍ତୃତ ଲା କୋରୋନା ଗ୍ଲାସିଅର ସଙ୍କୁଚିତ ହୋଇ ଏକ ବରଫ କ୍ଷେତ୍ରରେ ସୀମିତ ହୋଇଛି । ଏହି ଘଟଣା ପରେ ଆଣ୍ଡିଜ୍ ଶୃଙ୍ଖଳାରେ ଗ୍ଲାସିଅର-ରହିତ ଏକମାତ୍ର ଦେଶ ହୋଇଛି ଭେନେଜୁଏଲା ।
ତେବେ ଏହା ଶେଷ ଦେଶ ହେବ ନାହିଁ ବୋଲି ବୈଜ୍ଞାନିକମାନେ ଚେତାଇଛନ୍ତି । ଦୀର୍ଘ ସମୟ ପୂର୍ବରୁ ବୈଜ୍ଞାନିକମାନେ ଲା କୋରୋନା ଉଭାନ୍ ହୋଇଯିବା ବିଷୟରେ ଅନୁମାନ କରିଥିଲେ । ସେମାନେ ଏବେ କହିଛନ୍ତି, ତାମପାତ୍ରା ବୃଦ୍ଧି ଭେନେଜୁଏଲା, କଲମ୍ବିୟା, ଇକୁଏଡର ଦେଇ ଯାଇଥିବା ସମଗ୍ର ଉତ୍ତର ଆଣ୍ଡିଜକୁ ୨୦୫୦ ମସିହା ସୁଦ୍ଧା ବରଫମୁକ୍ତ କରିଦେବ ।
ମେରିଡା ସ୍ଥିତ ୟୁନିଭର୍ସିଟି ଅଫ୍ ଆଣ୍ଡିଜ୍ର ନକ୍ଷତ୍ରବୈଜ୍ଞାନିକ ଆଲେଜାଣ୍ଡ୍ରୋ ମେଲ୍ଫୋ କହିଛନ୍ତି, ୭୦ ଦଶକରୁ ଆମ ଉଷ୍ଣମଣ୍ଡଳୀୟ ଗ୍ଲାସିଅର୍ଗୁଡ଼ିକ ତରଳୁଛି । ଲୋକେ ଏବେ ଏହାର ଅଭାବକୁ ଅନୁଭବ କରୁଛନ୍ତି ।
୪୦ ବର୍ଷ ତଳେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଭେନେଜୁଏଲାରେ ଅତିକମ୍ରେ ୩ ଗ୍ଲାସିଅର ଧୀରେ ଧୀରେ ତରଳିଥିବା ବୈଜ୍ଞାନିକମାନେ ଦେଖିଛନ୍ତି । ଯଦିଓ ଭେନେଜୁଏଲା ଉଷ୍ଣମଣ୍ଡଳରେ ଅବସ୍ଥିତ, ଏହାର ଦକ୍ଷିଣାଞ୍ଚଳ ମେରୁଠୁ ମାତ୍ର ୫୦ ମାଇଲରୁ କମ୍ ଦୂରରେ ଅବସ୍ଥିତ । ଏଥିରେ ଆଣ୍ଡିଜ୍ର ଉତ୍ତରପୂର୍ବର ଶେଷ ଭାଗ ସମେତ ସମୁଦ୍ର ପତ୍ତନଠୁ ୧୫ ହଜାର ଫୁଟରୁ ଅଧିକ ଉଚ୍ଚତାବିଷିଷ୍ଟ ୧୧ ଶୃଙ୍ଗ ରହିଛି । ତଥାପି ଜଳବାୟୁ ପରିବର୍ତ୍ତନ ତାପମାତ୍ରା ବୃଦ୍ଧିର କାରଣ ହୋଇଛି ।
ବୈଜ୍ଞାନିକଙ୍କ ଅନୁସାରେ, ଲା କୋନ୍ଚା ଗ୍ଲାସିଅର ୧୯୯୦ରେ ଉଭାନ୍ ହୋଇଯାଇଥିଲା । ଲା କଲମ୍ ୨୦୧୭ ମସିହାରେ ତରଳିଗଲା । ବାକି ରହିଯାଇଥିବା ଲା କୋରୋନା ଗ୍ଲାସିଅର ହମ୍ବୋଲ୍ଡଟ ଶୃଙ୍ଗ ସହ ୩ ମାଇଲ ଉପରେ ଲାଗି ରହିଗଲା । ଖୁବ୍ଶୀଘ୍ର ଲା କୋରୋନା ମଧ୍ୟ ଉଭାନ୍ ହୋଇଯିବ ବୋଲି ୨୦୨୦ ମସିହାରେ ମେଲ୍ଫୋ ଓ ତାଙ୍କ ସହକର୍ମୀମାନେ ଚେତାଇଥିଲେ ।