୨୦୨୫ରେ କର୍ପୋରେଟ୍ ସେକ୍ଟରରେ ଦରମା ବୃଦ୍ଧି ୯.୫ ପ୍ରତିଶତ ହେବ: ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ୨୦୨୫ କ୍ୟାଲେଣ୍ଡର ବର୍ଷରେ ଭାରତୀୟ କର୍ପୋରେଟ୍ ସେକ୍ଟରରେ ଦରମା ବୃଦ୍ଧି ୯.୫ ପ୍ରତିଶତ ହୋଇପାରେ। ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ସକାରାତ୍ମକ ପ୍ରଭାବକୁ ଦେଖି ଗ୍ଲୋବାଲ ପ୍ରଫେସନାଲ ସର୍ଭିସ୍ ସଂସ୍ଥା ଏଓଏନ(AON) ଗୁରବାର ଏକ ସର୍ଭେ ରିପୋର୍ଟ ଜାରି କରିଛି। ‘୩୦ ତମ ବାର୍ଷିକ ଦରମା ବୃଦ୍ଧି ଏବଂ ଟର୍ଣ୍ଣଓଭର ସର୍ଭେ ୨୦୨୪ ଏବଂ ୨୦୨୫’ ନାମକ ରିପୋର୍ଟରେ କୁହାଯାଇଛି ଯେ ୨୦୨୫ରେ ଦରମା ବୃଦ୍ଧି ୯.୫ ପ୍ରତିଶତ ହେବ। ଗତବର୍ଷ ଏହା ୯.୩ ପ୍ରତିଶତ ରହିଥିଲା। ଇଞ୍ଜିନିୟରିଂ ଏବଂ ମାନୁଫେକ୍ଚରିଂ ଏବଂ ରିଟେଲର ଇଣ୍ଡଷ୍ଟ୍ରୀରେ ଦୁଇ ଅଙ୍କ ବିଶିଷ୍ଟ ଦରମା ୧୦ ପ୍ରତିଶତରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପଛକୁ ଫାଇନାନ୍ସିଆଲ୍ ସେକ୍ଟରରେ ୯.୯ ପ୍ରତିଶତ ଦରମା ବୃଦ୍ଧି ସମ୍ଭାବନା ରହିଛି। ଏଭଳି ବୃଦ୍ଧି ବର୍ତ୍ତମାନର ଅର୍ଥନୈତିକ ଭିତ୍ତିଭୂମିରେ ପ୍ରତିଭାସମ୍ମନ ନିଯୁକ୍ତିକୁ ଦର୍ଶାଉଛି। ସେହିପରି ଟେକ୍ନୋଲୋଜୀ ସେକ୍ଟର, ଗ୍ଲୋବାଲ କାପାବିଲିଟି ସେଣ୍ଟର, ଟେକ୍ନୋଲୋଜୀ ପ୍ରଡକ୍ଟ ଏଂ ସେଣ୍ଟର ସମ୍ପର୍କିତ ସ୍ଥାନମାନଙ୍କରେ ଦରମା ବୃଦ୍ଧି ୯.୯ ପ୍ରତିଶତ ଏବଂ ୯.୩ ପ୍ରତିଶତ ହେବେ। ସେହିପରି ଟେକ୍ନୋଲୋଜୀ କନସଲ୍ଟିଂ ପ୍ରଡକ୍ଟ ଏବଂ ସର୍ଭିସରେ ୮.୧ ପ୍ରତିଶତ ଦରମା ବୃଦ୍ଧି ହେବ। ସୂଚନା ଥାଉକି ୪୦ ଇଣ୍ଡଷ୍ଟ୍ରୀରୁ ୧,୧୭୬ ସଂସ୍ଥାଟି ଏଓଏନ୍ଙ୍କୁ ଦେଇଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ନୂଆଦିଲ୍ଲୀ: ୨୦୨୫ କ୍ୟାଲେଣ୍ଡର ବର୍ଷରେ ଭାରତୀୟ କର୍ପୋରେଟ୍ ସେକ୍ଟରରେ ଦରମା ବୃଦ୍ଧି ୯.୫ ପ୍ରତିଶତ ହୋଇପାରେ। ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ସକାରାତ୍ମକ ପ୍ରଭାବକୁ ଦେଖି ଗ୍ଲୋବାଲ ପ୍ରଫେସନାଲ ସର୍ଭିସ୍ ସଂସ୍ଥା ଏଓଏନ(AON) ଗୁରବାର ଏକ ସର୍ଭେ ରିପୋର୍ଟ ଜାରି କରିଛି। ‘୩୦ ତମ ବାର୍ଷିକ ଦରମା ବୃଦ୍ଧି ଏବଂ ଟର୍ଣ୍ଣଓଭର ସର୍ଭେ ୨୦୨୪ ଏବଂ ୨୦୨୫’ ନାମକ ରିପୋର୍ଟରେ କୁହାଯାଇଛି ଯେ ୨୦୨୫ରେ ଦରମା ବୃଦ୍ଧି ୯.୫ ପ୍ରତିଶତ ହେବ। ଗତବର୍ଷ ଏହା ୯.୩ ପ୍ରତିଶତ ରହିଥିଲା।
ଇଞ୍ଜିନିୟରିଂ ଏବଂ ମାନୁଫେକ୍ଚରିଂ ଏବଂ ରିଟେଲର ଇଣ୍ଡଷ୍ଟ୍ରୀରେ ଦୁଇ ଅଙ୍କ ବିଶିଷ୍ଟ ଦରମା ୧୦ ପ୍ରତିଶତରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପଛକୁ ଫାଇନାନ୍ସିଆଲ୍ ସେକ୍ଟରରେ ୯.୯ ପ୍ରତିଶତ ଦରମା ବୃଦ୍ଧି ସମ୍ଭାବନା ରହିଛି। ଏଭଳି ବୃଦ୍ଧି ବର୍ତ୍ତମାନର ଅର୍ଥନୈତିକ ଭିତ୍ତିଭୂମିରେ ପ୍ରତିଭାସମ୍ମନ ନିଯୁକ୍ତିକୁ ଦର୍ଶାଉଛି।
ସେହିପରି ଟେକ୍ନୋଲୋଜୀ ସେକ୍ଟର, ଗ୍ଲୋବାଲ କାପାବିଲିଟି ସେଣ୍ଟର, ଟେକ୍ନୋଲୋଜୀ ପ୍ରଡକ୍ଟ ଏଂ ସେଣ୍ଟର ସମ୍ପର୍କିତ ସ୍ଥାନମାନଙ୍କରେ ଦରମା ବୃଦ୍ଧି ୯.୯ ପ୍ରତିଶତ ଏବଂ ୯.୩ ପ୍ରତିଶତ ହେବେ। ସେହିପରି ଟେକ୍ନୋଲୋଜୀ କନସଲ୍ଟିଂ ପ୍ରଡକ୍ଟ ଏବଂ ସର୍ଭିସରେ ୮.୧ ପ୍ରତିଶତ ଦରମା ବୃଦ୍ଧି ହେବ। ସୂଚନା ଥାଉକି ୪୦ ଇଣ୍ଡଷ୍ଟ୍ରୀରୁ ୧,୧୭୬ ସଂସ୍ଥାଟି ଏଓଏନ୍ଙ୍କୁ ଦେଇଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।