ଆଇପିଏଲ୍ ୨୦୨୪ରେ ଟପ୍ ଅର୍ଡରରେ ବ୍ୟାଟିଂ କରିବେ ଧୋନି ? ସିଏସକେ ଅଧିନାୟକଙ୍କ ଭୂମିକା ଉପରେ କହିଲେ ରାୟଡୁ
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଅମ୍ୱାତି ରାୟଡୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଧୋନିଙ୍କ ନେଟ୍ ପ୍ରାକ୍ଟିକ୍ସକୁ ନେଇ ଚର୍ଚ୍ଚା ହେଉଥିଲା ଯେ ଏଥର ସେ ନିଜ ବ୍ୟାଟିଂ ଅର୍ଡରୁ ବଦଳାଇ ପାରନ୍ତି । ଉପରକ୍ରମରେ ପଡ଼ିଆକୁ ଓହ୍ଲାଇ ଆକ୍ରାମକ ବ୍ୟାଟିଂ କରିପାରନ୍ତି । ତେବେ ଅମ୍ୱାତି କହିଛନ୍ତି ଧୋନି ନିଜ ବ୍ୟାଟିଂ ଅର୍ଡରକୁ ଉପରକୁ କରିବା ସମ୍ଭାବନା କମ ରହିଛି । ଧୋନି ଏବେ ୪୨ ବର୍ଷରେ, ଯାହା ତାଙ୍କ ଖେଳ କ୍ୟାରିୟରର ଶେଷ ପର୍ଯ୍ୟାୟ କିନ୍ତୁ ବଡ଼ ମ୍ୟାଚ୍ ଖେଳିବା ପାଇଁ ସେ ନିଜ ଫିଟନେସ୍ ଏବଂ ଖେଳ ଉପରେ କାମ କରୁଛନ୍ତି ।ଆପିଏଲ୍ ଆରମ୍ଭ ପୂର୍ବରୁ ଧୋନି ନେଟ୍ସରେ ଧୋନି ବ୍ୟାଟିଂ କରି ଝାଳ ବୁହାଉଛନ୍ତି । ଏହାସହ ପୂର୍ବ ଅପେକ୍ଷା ସେ ଅଧିକ ଫିଟ୍ ନଜର ଆସୁଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବାମହାତୀ ସ୍ପିନ ବଲରେ ଛକା ମାରୁଥିବା ନଜର ଆସୁଛନ୍ତି ।ଗତ ସିଜିନରେ ଗୁଜରାଟ ଟାଇଟନ୍ସ ବିରୋଧରେ ସିଏସକେର ଆଇପିଏଲ ଫାଇନାଲ ପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ରାୟଡୁ କହିଛନ୍ତି ଯେ ଧୋନି ନିଜକୁ ପ୍ରମୋଟ କରିବା ପରିବର୍ତ୍ତେ କୌଣସି ଯୁବ କ୍ରିକେଟରଙ୍କୁ ଉପର ଅର୍ଡରରେ ବ୍ୟାଟିଂ ପାଇଁ ପଠାଇବାକୁ ଅଧିକ ଇଚ୍ଛା କରିବେ ।ମାର୍ଚ୍ଚ ୨୨ରେ ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିଏମରେ ସିଏସକେ ଏବଂ ଆରସିବି ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଧୋନିଙ୍କୁ
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଅମ୍ୱାତି ରାୟଡୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଧୋନିଙ୍କ ନେଟ୍ ପ୍ରାକ୍ଟିକ୍ସକୁ ନେଇ ଚର୍ଚ୍ଚା ହେଉଥିଲା ଯେ ଏଥର ସେ ନିଜ ବ୍ୟାଟିଂ ଅର୍ଡରୁ ବଦଳାଇ ପାରନ୍ତି । ଉପରକ୍ରମରେ ପଡ଼ିଆକୁ ଓହ୍ଲାଇ ଆକ୍ରାମକ ବ୍ୟାଟିଂ କରିପାରନ୍ତି । ତେବେ ଅମ୍ୱାତି କହିଛନ୍ତି ଧୋନି ନିଜ ବ୍ୟାଟିଂ ଅର୍ଡରକୁ ଉପରକୁ କରିବା ସମ୍ଭାବନା କମ ରହିଛି । ଧୋନି ଏବେ ୪୨ ବର୍ଷରେ, ଯାହା ତାଙ୍କ ଖେଳ କ୍ୟାରିୟରର ଶେଷ ପର୍ଯ୍ୟାୟ କିନ୍ତୁ ବଡ଼ ମ୍ୟାଚ୍ ଖେଳିବା ପାଇଁ ସେ ନିଜ ଫିଟନେସ୍ ଏବଂ ଖେଳ ଉପରେ କାମ କରୁଛନ୍ତି ।
ଆପିଏଲ୍ ଆରମ୍ଭ ପୂର୍ବରୁ ଧୋନି ନେଟ୍ସରେ ଧୋନି ବ୍ୟାଟିଂ କରି ଝାଳ ବୁହାଉଛନ୍ତି । ଏହାସହ ପୂର୍ବ ଅପେକ୍ଷା ସେ ଅଧିକ ଫିଟ୍ ନଜର ଆସୁଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବାମହାତୀ ସ୍ପିନ ବଲରେ ଛକା ମାରୁଥିବା ନଜର ଆସୁଛନ୍ତି ।
ଗତ ସିଜିନରେ ଗୁଜରାଟ ଟାଇଟନ୍ସ ବିରୋଧରେ ସିଏସକେର ଆଇପିଏଲ ଫାଇନାଲ ପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ରାୟଡୁ କହିଛନ୍ତି ଯେ ଧୋନି ନିଜକୁ ପ୍ରମୋଟ କରିବା ପରିବର୍ତ୍ତେ କୌଣସି ଯୁବ କ୍ରିକେଟରଙ୍କୁ ଉପର ଅର୍ଡରରେ ବ୍ୟାଟିଂ ପାଇଁ ପଠାଇବାକୁ ଅଧିକ ଇଚ୍ଛା କରିବେ ।
ମାର୍ଚ୍ଚ ୨୨ରେ ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିଏମରେ ସିଏସକେ ଏବଂ ଆରସିବି ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଧୋନିଙ୍କୁ ମୈଦାନରେ ଦେଖିବାର ସମ୍ଭାବନା ଅଧିକ ରହିଛି । ଧୋନି ଟି-୨୦ରେ ୫୦୦୦ ରନ କରିବାରେ ରୈନାଙ୍କ ପରେ ଦ୍ୱିତୀୟ ସିଏସକେ ଖେଳାଳି ହେବାଠାରୁ ୪୩ ରନ ପଛରେ ଅଛନ୍ତି ।