ଉତ୍ତର ପ୍ରଦେଶ ଉପ-ନିର୍ବାଚନ; ୭ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି
ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ରାଜ୍ୟରେ ଉପ-ନିର୍ବଚନ ମଧ୍ୟ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ଉପ-ନିର୍ବାଚନକୁ ରାଜନୀତି ସରଗରମ ହୋଇଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ୭ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଗାଜିଆବାଦ ମହାନଗରରୁ ବିଜେପି ଅଧ୍ୟକ୍ଷ ସଂଜୀବ ଶର୍ମାଙ୍କୁ ଟିକେଟ୍ ମିଳିଛି । ସେହିପରି କର୍ହଲ ଆସନରୁ ଅନୁଜେଶ ଯାଦବଙ୍କୁ ଦଳ ଟିକେଟ୍ ଦେଇଛି । କୁନ୍ଦର୍କି ବିଧାନସଭା ଆସନରୁ ରାମବୀର ସିଂହ ଠାକୁରଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଖୈର ଆସନରୁ ସୁରେନ୍ଦ୍ର ଦିଲେର, ଫୁଲପୁର ଆସନରୁ ଦୀପକ ପଟେଲ୍, ମଝଓ୍ବାଁ ବିଧାନସଭା ଆସନରୁ ସୁଚୀସ୍ମିତା ମୋରିୟା, ଏବଂ କଟେହରୀ ଆସନରେ ଧର୍ମରାଜ ନିପାଦଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟ୍ ଦେଇଛି । କାନପୁରର ସିସାମାଓ ସିଟ୍ରେ ଏବେ ମନ୍ଥନ ଜାରି ରହିଛି । ସେହିପରି ମୀରାପୁର ବିଧାନସଭା ଆସନ ଏନଡିଏର ସହଯୋଗୀ ପାର୍ଟି ଆରଏଲଡି ଖାତାକୁ ଯିବର ସମ୍ଭାବନା ରହିଛି । BJP releases a list of candidates for the upcoming Assembly b-elections in Rajasthan and Uttar Pradesh. pic.twitter.com/yGcLhm0FMD— ANI (@ANI) October 24, 2024କଟହରୀ ପ୍ରାର୍ଥୀ ଧର୍ମରାଜ ନିଷାଦ ପୂର୍ବରୁ ମୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିରେ ଥିଲେ । ସେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ରାଜ୍ୟରେ ଉପ-ନିର୍ବଚନ ମଧ୍ୟ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ଉପ-ନିର୍ବାଚନକୁ ରାଜନୀତି ସରଗରମ ହୋଇଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ୭ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।
ଗାଜିଆବାଦ ମହାନଗରରୁ ବିଜେପି ଅଧ୍ୟକ୍ଷ ସଂଜୀବ ଶର୍ମାଙ୍କୁ ଟିକେଟ୍ ମିଳିଛି । ସେହିପରି କର୍ହଲ ଆସନରୁ ଅନୁଜେଶ ଯାଦବଙ୍କୁ ଦଳ ଟିକେଟ୍ ଦେଇଛି । କୁନ୍ଦର୍କି ବିଧାନସଭା ଆସନରୁ ରାମବୀର ସିଂହ ଠାକୁରଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଖୈର ଆସନରୁ ସୁରେନ୍ଦ୍ର ଦିଲେର, ଫୁଲପୁର ଆସନରୁ ଦୀପକ ପଟେଲ୍, ମଝଓ୍ବାଁ ବିଧାନସଭା ଆସନରୁ ସୁଚୀସ୍ମିତା ମୋରିୟା, ଏବଂ କଟେହରୀ ଆସନରେ ଧର୍ମରାଜ ନିପାଦଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟ୍ ଦେଇଛି । କାନପୁରର ସିସାମାଓ ସିଟ୍ରେ ଏବେ ମନ୍ଥନ ଜାରି ରହିଛି । ସେହିପରି ମୀରାପୁର ବିଧାନସଭା ଆସନ ଏନଡିଏର ସହଯୋଗୀ ପାର୍ଟି ଆରଏଲଡି ଖାତାକୁ ଯିବର ସମ୍ଭାବନା ରହିଛି ।
BJP releases a list of candidates for the upcoming Assembly b-elections in Rajasthan and Uttar Pradesh. pic.twitter.com/yGcLhm0FMD— ANI (@ANI) October 24, 2024
କଟହରୀ ପ୍ରାର୍ଥୀ ଧର୍ମରାଜ ନିଷାଦ ପୂର୍ବରୁ ମୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିରେ ଥିଲେ । ସେ ବିଏସପିରୁ ୩ଥର ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ୨୦୨୨ରେ ସେ ବିଜେପିରେ ସାମିଲ୍ ହୋଇଥିଲେ ଏବଂ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ତେବେ ଭାରତୀୟ ଜନତା ପାର୍ଟି ତାଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି ।