ଗର୍ଜୁଛି ଯଶସ୍ବୀ ଜୈସ୍ବାଲଙ୍କ ବ୍ୟାଟ୍; ୨୦୨୪ରେ ଦ୍ରୁତ ଏକ ହଜାର ରନ୍ ସଂଗ୍ରହ
ମୁମ୍ବାଇ: ୨୦୨୪ରେ ଭାରତୀୟ ଷ୍ଟାର ଓପନର ଟପ୍ ସ୍କୋରର । ଯଶସ୍ବୀ ଜୈସ୍ବାଲ ବିଶ୍ବର ପ୍ରଥମ ଖେଳାଳି ଭାବେ ଦ୍ରୁତ ଏକ ହଜାର ରନ୍ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କା ବିରୋଧରେ ଦ୍ବିତୀୟ ଟି-୨୦ରେ ଯଶସ୍ରୀ ଜୈସ୍ବାଲ ମାତ୍ର ୧୫ଟି ବଲରୁ ୩୦ ରନ କରିଥିଲେ । ଏଥିରେ ୩ଟି ଚୌକା ଏବଂ ୨ଟି ଛକା ରହିଥିଲା । ଏହି ଦ୍ରୁତ ୩୦ ରନ ବଳରେ ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଖେଳାଳି ଭାବେ ୧ ହଜାର ରନ୍ ସଂଗ୍ରହ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ଏଭଳି ରେକର୍ଡ କରିଛନ୍ତି । ଏହା ସହିତ ବିରାଟ୍ କୋହଲିଙ୍କ ରେକର୍ଡ ସହ ବରାବର କରିଛନ୍ତି । ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ଟି ମ୍ୟାଚ୍ ଖେଳିଛନ୍ତି, ଏଥିରୁ ସେ ୬୩.୯୩ ହାରରେ ଏବଂ ୯୪.୫୪ ଷ୍ଟ୍ରାଇକ୍ ରେଟରେ ୧୦୨୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ଏବଂ ୫ଟି ଶତକ ରହିଛି । ଯଶସ୍ବୀଙ୍କ ୧୦୨୩ ରନରୁ ଟେଷ୍ଟରେ ୭୪୦ ରନ ଏବଂ ଟି-୨୦ରେ ୨୮୩ ରନ ସଂଗ୍ରହ କରିଛନ୍ତି । ଟିମ୍ ଇଣ୍ଡିଆ ପାଇଁ କମ୍ ବୟସରେ ଏକ କ୍ୟାଲେଣ୍ଡର ଇୟରରେ ହଜାରେ ରନ୍ ସଂଗ୍ରହ କରିଥିବା ଭାରତୀୟ ଖେଳାଳିଙ୍କ ରେକର୍ଡ ଉପରେ ନଜର ପକାଇଲେ, ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ୧୯ ବର୍ଷ ବୟସରେ ଏକି କାରନାମା କରିଥିଲେ । ସେ ୧୯୯୨ରେ ଏହି ରେକର୍ଡ କରିଥିଲେ ଏବଂ ୧୯୯୪ ଏହି କାମରୁ ପୁଣି ଥରେ ଦୋହରାଇ ଥିଲେ । ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା । ସେହିପରି
ମୁମ୍ବାଇ: ୨୦୨୪ରେ ଭାରତୀୟ ଷ୍ଟାର ଓପନର ଟପ୍ ସ୍କୋରର । ଯଶସ୍ବୀ ଜୈସ୍ବାଲ ବିଶ୍ବର ପ୍ରଥମ ଖେଳାଳି ଭାବେ ଦ୍ରୁତ ଏକ ହଜାର ରନ୍ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କା ବିରୋଧରେ ଦ୍ବିତୀୟ ଟି-୨୦ରେ ଯଶସ୍ରୀ ଜୈସ୍ବାଲ ମାତ୍ର ୧୫ଟି ବଲରୁ ୩୦ ରନ କରିଥିଲେ । ଏଥିରେ ୩ଟି ଚୌକା ଏବଂ ୨ଟି ଛକା ରହିଥିଲା । ଏହି ଦ୍ରୁତ ୩୦ ରନ ବଳରେ ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଖେଳାଳି ଭାବେ ୧ ହଜାର ରନ୍ ସଂଗ୍ରହ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ଏଭଳି ରେକର୍ଡ କରିଛନ୍ତି । ଏହା ସହିତ ବିରାଟ୍ କୋହଲିଙ୍କ ରେକର୍ଡ ସହ ବରାବର କରିଛନ୍ତି ।
ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ଟି ମ୍ୟାଚ୍ ଖେଳିଛନ୍ତି, ଏଥିରୁ ସେ ୬୩.୯୩ ହାରରେ ଏବଂ ୯୪.୫୪ ଷ୍ଟ୍ରାଇକ୍ ରେଟରେ ୧୦୨୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ଏବଂ ୫ଟି ଶତକ ରହିଛି । ଯଶସ୍ବୀଙ୍କ ୧୦୨୩ ରନରୁ ଟେଷ୍ଟରେ ୭୪୦ ରନ ଏବଂ ଟି-୨୦ରେ ୨୮୩ ରନ ସଂଗ୍ରହ କରିଛନ୍ତି ।
ଟିମ୍ ଇଣ୍ଡିଆ ପାଇଁ କମ୍ ବୟସରେ ଏକ କ୍ୟାଲେଣ୍ଡର ଇୟରରେ ହଜାରେ ରନ୍ ସଂଗ୍ରହ କରିଥିବା ଭାରତୀୟ ଖେଳାଳିଙ୍କ ରେକର୍ଡ ଉପରେ ନଜର ପକାଇଲେ, ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ୧୯ ବର୍ଷ ବୟସରେ ଏକି କାରନାମା କରିଥିଲେ । ସେ ୧୯୯୨ରେ ଏହି ରେକର୍ଡ କରିଥିଲେ ଏବଂ ୧୯୯୪ ଏହି କାମରୁ ପୁଣି ଥରେ ଦୋହରାଇ ଥିଲେ । ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା । ସେହିପରି ୨୦୦୭ରେ ଦିନେଶ କାର୍ତ୍ତିକ୍ ଏକ ହଜାର ରନ୍ ସଂଗ୍ରହ କରିଥିଲେ । ୨୦୧୦ରେ ବିରାଟ କୋହଲି ୨୨ ବର୍ଷ ବୟସରେ ୧ ହଜାର ରନ୍ କରିଥିଲେ । ଯଶସ୍ବୀ ଜୈସ୍ବାଲ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି । ଯଶସ୍ବୀ ଜୈସ୍ବାଲ ଟି-୨୦ ଇଣ୍ଟର ନ୍ୟାସନାଲ କ୍ରିକେଟରେ ୨୧ ଇନିଂସରୁ ୧୦ଥର ୩୦ରୁ ଅଧିକ ରନ୍ କରିଛନ୍ତି । ଯଶସ୍ବୀ ଜୈସ୍ବାଲ