ଗାଁରେ ପଶି ଲୋକଙ୍କୁ ଗୋଡ଼ାଇଲେ ହାତୀପଲ
ଭଞ୍ଜନଗର,୧ା୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗାଲେରି ରେଞ୍ଜ ଅଧୀନ ରାଣୀକିଆରୀ ନୂଆପଲ୍ଲୀ ଗାଁରେ ଏକ ହାତୀପଲ ପଶି ୬ଟି ଚାଳଛପର ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିସହ ହାତୀପଲ ଚାଷୀଙ୍କ ୧୫ବସ୍ତା ଧାନ, ୨ ବସ୍ତା ଚାଉଳ ଖାଇବା ସହ ଘରେ ଥିବା ଆସବାପତ୍ର ନଷ୍ଟ କରିଦେଇଛନ୍ତି । ହାତୀପଲ ଆସିବା ଜାଣି ଲୋକେ ଘରୁ ବାହାରକୁ ପଲାଇଥିବାରୁ ସେମାନେ ରକ୍ଷା ପାଇଯାଇଛନ୍ତି। ଖବରପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଆବଶ୍ୟକ ପଦକ୍ଷେପ […] The post ଗାଁରେ ପଶି ଲୋକଙ୍କୁ ଗୋଡ଼ାଇଲେ ହାତୀପଲ appeared first on Dharitri Odia News.
ଭଞ୍ଜନଗର,୧ା୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗାଲେରି ରେଞ୍ଜ ଅଧୀନ ରାଣୀକିଆରୀ ନୂଆପଲ୍ଲୀ ଗାଁରେ ଏକ ହାତୀପଲ ପଶି ୬ଟି ଚାଳଛପର ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏଥିସହ ହାତୀପଲ ଚାଷୀଙ୍କ ୧୫ବସ୍ତା ଧାନ, ୨ ବସ୍ତା ଚାଉଳ ଖାଇବା ସହ ଘରେ ଥିବା ଆସବାପତ୍ର ନଷ୍ଟ କରିଦେଇଛନ୍ତି । ହାତୀପଲ ଆସିବା ଜାଣି ଲୋକେ ଘରୁ ବାହାରକୁ ପଲାଇଥିବାରୁ ସେମାନେ ରକ୍ଷା ପାଇଯାଇଛନ୍ତି। ଖବରପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ରେଞ୍ଜର ଆଶାଲତା ଦିଗାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଞ୍ଜର ଅନ୍ୟ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ କିଭଳି ସରକାରୀ ସହାୟତା ମିଳିପାରିବ ସେ ନେଇ ପଦକ୍ଷେପ ନିଆଯାଇଛି।
ଗାଁର ଭାସି ମଲ୍ଲିକ, ସତ୍ୟ ମଲ୍ଲିକ, ଦିଲୀପ ମଲ୍ଲିକ, ପଞ୍ଚାନନ ମଲ୍ଲିକ, ସୁଶାନ୍ତ ମଲ୍ଲିକଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ହାତୀପଲ ଫେରିବା ବାଟରେ ରାଣୀକିଆରି ବଡ଼ରାଉଳ ମନ୍ଦିର କାନ୍ଥ ଓ ସିଂହ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏପରିକି ଜମିରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି।
୨୬ ଟିକିଆ ହାତୀପଲ ନୂଆପଲ୍ଲୀ ଗ୍ରାମ ଅଭିମୁଖେ ଚାଲି ଆସିଥିଲେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଥିଲେ। ଗ୍ରାମବାସୀ ଏବଂ କର୍ମଚାରୀମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ହିଂସ୍ର ହୋଇ ଗୋଡ଼ାଇବାରୁ ଲୋକେ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ। ସୂଚନାଯୋଗ୍ୟ, ଘୁମୁସର ଉତ୍ତର ବନଖଣ୍ଡରେ ପ୍ରାୟ ୯୯ ହାତୀ ରହିଥିବା ଜଣାପଡିଛି।
The post ଗାଁରେ ପଶି ଲୋକଙ୍କୁ ଗୋଡ଼ାଇଲେ ହାତୀପଲ appeared first on Dharitri Odia News.