ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ
ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ ଏକଛତ୍ରବାଦ ସରକାରର ଅନ୍ତ ଘଟିଛି। ଜନତା ଭାଜପା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶୃତି କାର୍ଯ୍ଯକାରୀ କରାଯିବ। ଅଫିସର ରାଜ, ୫ଟି ନାରେ ହେଲିକପ୍ଟର ପ୍ରଚାର କୁ ଜନତା ସହଜରେ ଗ୍ରହଣ କରି ପାରିନାହାନ୍ତି। ୫ ବର୍ଷରେ ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। […] The post ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ appeared first on Dharitri Odia News.
ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ ଏକଛତ୍ରବାଦ ସରକାରର ଅନ୍ତ ଘଟିଛି। ଜନତା ଭାଜପା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶୃତି କାର୍ଯ୍ଯକାରୀ କରାଯିବ। ଅଫିସର ରାଜ, ୫ଟି ନାରେ ହେଲିକପ୍ଟର ପ୍ରଚାର କୁ ଜନତା ସହଜରେ ଗ୍ରହଣ କରି ପାରିନାହାନ୍ତି। ୫ ବର୍ଷରେ ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଶିକ୍ଷା, ସାହିତ୍ଯ, ସଂସ୍କୃତି, ପର୍ଯ୍ଯଟନ, ଗମନାଗମନ, ଶିଳ୍ପର ଅଭିବୃଦ୍ଧି କ୍ଷେତ୍ରରେ ଓଡିଶା ସମୃଦ୍ଧି ପଥରେ ଆଗେଇ ଚାଲିବ। ୨୦୪୭ ମୋଦୀଙ୍କ ବିକଶିତ ଭାରତର ପରିକଳ୍ପନା ଓଡିଶାରୁ ଅୟାରମ୍ଭ ହୋଇଯାଇଛି ବୋଲି ଓଡିଶାରେ ମୋହନ ସରକାରଙ୍କ ଶହେ ଦିନ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ହାବେଳି ପଡିଆ ରେ ଆୟୋଜିତ ବିକାଶ ମେଳା ଉଦଘାଟନ ଅବସରରେ ଖାଉଟୀ କଲ୍ଯାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହା କହିଛନ୍ତି।
ଶୁକ୍ରବାରଠାରୁ ୩ ଦିନ ବ୍ଯାପୀ ଏହି ମେଳା ଚାଲିବ। ବିଭିନ୍ନ ବିଭାଗ ପକ୍ଷରୁ ୨୫ ଟି ଷ୍ଟଲ ଖୋଲାଯାଇଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ପ୍ରଚାର କରାଯାଉଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ କାର୍ଯ୍ଯକ୍ରମ ରେ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ବଚ୍ଛତା ପକ୍ଷ ଶପଥପାଠ କରାଇଥିଲେ। ୩ ଜଣ ମହିଳାଙ୍କୁ ପ୍ରତିକାତ୍ମକ ୫ହଜାର ଟଙ୍କା ଚେକ, 6ଜଣ ଦୃଷ୍ଟିବାଧିତଙ୍କୁ ଲାପଟପ ପ୍ରଦାନ କରିଥିଲେ। ପାଇକ ଲୋକକଳା, ଓଡିଶୀ ନୃତ୍ଯ ପରିବେଷଣ ହୋଇଥିଲା।
The post ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ appeared first on Dharitri Odia News.