କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି
କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ ଆସନ୍ତା ୨୯ ତାରିଖରେ କଟକ ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ, ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ […] The post କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି appeared first on Dharitri Odia News.
କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ ଆସନ୍ତା ୨୯ ତାରିଖରେ କଟକ ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁସାରେ, ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। କେତେକ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ଦୃଶ୍ୟପଟରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଆଗେଇ ଆସିଲେଣି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିଥିବାବେଳେ କେତେକ ନିର୍ବାଚନମଣ୍ଡଳିରେ ନିର୍ଣ୍ଣାୟକ ସ୍ଥିତି ଏଯାଏ ହୋଇପାରିନାହିଁ। ଶେଷ ମୁହୂର୍ତ୍ତରେ ବି ପ୍ରାର୍ଥୀ ବଦଳାଇବାର ଆଶଙ୍କା ରହିଛି। କେତେବେଳେ କାହା ନାମ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଯିବ ତାହା କହିବା ମୁସ୍କିଲ। ଏସବୁ ସତ୍ତ୍ୱେ ଭୋଟରଙ୍କ ନିକଟତର ହେବା ପାଇଁ ନୂଆ ଓ ପୁରୁଣା ମୁହଁ ଥିବା ପ୍ରାର୍ଥୀମାନେ ପ୍ରତିଦିନ ଜୋର୍ଦାର୍ କାର୍ଯ୍ୟକ୍ରମ କରୁଛନ୍ତି। କଟକ ଜିଲାର କେତେକ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ସଂଘଟିତ ହୋଇସାରିଲାଣି। ତେବେ ପ୍ରଶାସନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଛି। ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅରିନ୍ଦମ ଡାକୁଆ, ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରାଜନୈତିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନର ସୁପରିଚାଳନା ନିମନ୍ତେ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ନେତୃବୃନ୍ଦଙ୍କ ସହଯୋଗ କାମନା କରିଥିଲେ। ରାଜନୈତିକ ନେତୃବୃନ୍ଦ ସାମ୍ପ୍ରତିକ ପରିସ୍ଥିତିରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ରାଜନୈତିକ ଦଳ, ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀମାନଙ୍କ ସହ ନିର୍ବାଚନ ପରିଚାଳନା କରୁଥିବା ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହୋଇଥିଲା। ଯେପରି ନିର୍ବାଚନ ସମୟରେ କୌଣସି ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖା ନ ଯାଏ ସେଥିପ୍ରତି ରାଜନୈତିକ ଦଳଗୁଡ଼ିକର ନେତୃବୃନ୍ଦ ସଚେତନ ରହିବେ ବୋଲି କହିଥିଲେ। ତେବେ ଆସନ୍ତା ୨୯ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହେବ। ଏହାପୂର୍ବରୁ ନିର୍ବାଚନରେ ପ୍ରମୁଖ ଯୋଗଦାନ ରହୁଥିବା ଭୋଟରମାନଙ୍କୁ ମନାଇବା ପାଇଁ ପ୍ରଶାସନ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛି। ଏପରି କି ଘରକୁ ଯାଉଥିବା ଗ୍ୟାସ୍ ସିଲିଣ୍ଡରରେ ମତଦାନ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି। ଜିଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ଜିଲା ପ୍ରଶାସନ ସମସ୍ତ ପ୍ରକାର କୌଶଳ ଉପଯୋଗ କରୁଥିବା ଜଣାପଡିଛି।
The post କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି appeared first on Dharitri Odia News.