ଶିକ୍ଷୟିତ୍ରୀଙ୍କ ଡେପୁଟେଶନକୁ ନେଇ ତାତିଗଲେ ଗ୍ରାମବାସୀ: ଆଉ ତା’ପରେ …
ତୁଣ୍ଡଲା,୨୭ା୯(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ତାଲଭଅଁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି। ଏହାକୁ ବିରୋଧ କରି ଶୁକ୍ରବାର ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅଭିଭାବକ ତଥା ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୮ଜଣ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ଜଣ ଛାତ୍ରୀଛାତ୍ର […] The post ଶିକ୍ଷୟିତ୍ରୀଙ୍କ ଡେପୁଟେଶନକୁ ନେଇ ତାତିଗଲେ ଗ୍ରାମବାସୀ: ଆଉ ତା’ପରେ … appeared first on Dharitri Odia News.
ତୁଣ୍ଡଲା,୨୭ା୯(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ତାଲଭଅଁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି। ଏହାକୁ ବିରୋଧ କରି ଶୁକ୍ରବାର ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅଭିଭାବକ ତଥା ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟଗେଟରେ ତାଲା ପକାଇ ଧାରଣା ଦେଇଥିଲେ।
ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୮ଜଣ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୩୦ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାର ନିୟମ ରହିଛି। ତଦନୁଯାୟୀ ୧୦୮ ଛାତ୍ରୀଛାତ୍ରଙ୍କ ପାଇଁ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଏଥିମଧ୍ୟରୁ ଜଣେ ଶିକ୍ଷୟିତ୍ରୀଙ୍କୁ ନିକଟସ୍ଥ ବେଲଖଣ୍ଡି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଛି। ଏହାକୁ ନେଇ ବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।
ଏଥିରେ ବିଦ୍ୟାଳୟ କମିଟି ସଦସ୍ୟ ମାର୍କଣ୍ଡ ଭୋଇ, କୈଳାଶ ସିଂ, ଡୁଲ ଭୋଇ, ତରୁଲତା ନାଗ, ପୁଷ୍ପାଞ୍ଜଳି ଭୋଇଙ୍କ ସମେତ ଅଭିଭାବକମାନେ ସାମିଲ ହୋଇଥିଲେ। ପରିଚାଳନା କମିଟି ସଭାପତି ସାହୁ ଏ ନେଇ କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆସନ୍ତା ମାସ ୬ ତାରିଖ ଭିତରେ ପୁଣି ଥରେ ଶିକ୍ଷୟିତ୍ରୀଙ୍କୁ ସେହି ବିଦ୍ୟାଳୟକୁ ଫେରାଇ ଅଣାଯିବ ଏବଂ ଆଉ ଜଣେ ନୂତନ ଶିକ୍ଷକ ଦେବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
The post ଶିକ୍ଷୟିତ୍ରୀଙ୍କ ଡେପୁଟେଶନକୁ ନେଇ ତାତିଗଲେ ଗ୍ରାମବାସୀ: ଆଉ ତା’ପରେ … appeared first on Dharitri Odia News.