ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍‌ରେ ଖେଳିବା ଜାରି ରଖିବେ। ତେବେ ବେହେରେଣ୍ଡର୍ଫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳରେ ସାମିଲ ନାହାନ୍ତି। ଚଳିତ ବର୍ଷ ଏପ୍ରିଲରେ ୩୫ ବର୍ଷ ବୟସରେ ପଦାର୍ପଣ କରିଥିବା ବେହେରେଣ୍ଡର୍ଫ ଜାତୀୟ ଚୟନ ପାଇଁ ଉପଲବ୍ଧ ରହିବେ। ସେ […] The post ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର appeared first on Dharitri Odia News.

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍‌ରେ ଖେଳିବା ଜାରି ରଖିବେ। ତେବେ ବେହେରେଣ୍ଡର୍ଫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳରେ ସାମିଲ ନାହାନ୍ତି।

ଚଳିତ ବର୍ଷ ଏପ୍ରିଲରେ ୩୫ ବର୍ଷ ବୟସରେ ପଦାର୍ପଣ କରିଥିବା ବେହେରେଣ୍ଡର୍ଫ ଜାତୀୟ ଚୟନ ପାଇଁ ଉପଲବ୍ଧ ରହିବେ। ସେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ସେ ୧୭ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୧୨ ମାସ ତଳେ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ତାଙ୍କର ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ବେହେରେଣ୍ଡର୍ଫ ୨୦୧୯ ରୁ ୨୦୨୨ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୧୨ ଦିନିକିଆ ଖେଳିଛନ୍ତି। ଏହି ୧୨ ଦିନିକିଆରେ ସେ ଅଷ୍ଟ୍ରେଲିଆ ପାଇଁ ୧୬ ଉଇକେଟ ନେଇଥିବା ବେଳେ ୧୭ ଟି୨୦ ମ୍ୟାଚ୍‌ରେ ୧୮ ଉଇକେଟ ନେଇଛନ୍ତି।

ଜେସନ ବେହେରେଣ୍ଡର୍ଫ ରାଜ୍ୟ କ୍ରିକେଟରୁ ଅବସର ଘୋଷଣା କରି କହିଛନ୍ତି ଯେ ଏବେ ତାଙ୍କ କ୍ୟାରିୟରର ଏକ ଅଧ୍ୟାୟ ଶେଷ ହୋଇଛି। ଏହି ୧୬ ବର୍ଷ ବହୁତ ସ୍ମରଣୀୟ ଥିଲା। ରାଜ୍ୟ କ୍ରିକେଟ ଖେଳି ପିଲାଦିନର ସ୍ବପ୍ନକୁ ବଞ୍ଚିବାର ସୁଯୋଗ ମିଳିଲା। ସେଥିଲାଗି ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଥିଲି ବୋଲି ସେ କହିଛନ୍ତି।

ବେହେରେଣ୍ଡର୍ଫ ପଶ୍ଚିମ ଅଷ୍ଟ୍ରେଲିଆ ପାଇଁ ରାଜ୍ୟ କ୍ରିକେଟ ଖେଳିଛନ୍ତି। ସେ ୧୯ ବର୍ଷ ବୟସରେ ରାଜ୍ୟ ସ୍ତରରେ ଖେଳିବା ଆରମ୍ଭ କରିଥିଲେ। ତା’ପରେ ଧୀରେ ଧୀରେ ସେ ପଶ୍ଚିମ ଅଷ୍ଟ୍ରେଲିଆର ମୁଖ୍ୟ ଖେଳାଳି ପାଲଟିଥିଲେ। ସେ ୫ଟି ODI କପ ଜିତିଛନ୍ତି।
ବେହେରେଣ୍ଡର୍ଫ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି ଏବଂ ଭାରତୀୟ ମାଟିରେ ଟି-୨୦ ଫର୍ମାଟରେ ନିଜର ବୋଲିଂ ଦକ୍ଷତା ଦେଖାଇଛନ୍ତି। ୨୦୧୭ ମସିହାରେ ଗୁଆହାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଏକାକୀ ଭାରତର ଶୀର୍ଷ କ୍ରମକୁ ଧ୍ୱଂସ କରିଥିଲେ। ସେ ରୋହିତ ଏବଂ ବିରାଟଙ୍କ ସମେତ ଶ୍ରେଷ୍ଠ ୪ ଉଇକେଟ ମାତ୍ର ୨୧ ରନ ଦେଇ ନେଇଥିଲେ। ଏହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ। ଏଥିଯୋଗୁ ଅଷ୍ଟ୍ରେଲିଆ ସେହି ମ୍ୟାଚ୍‌ରେ ଏକ ବଡ଼ ବିଜୟ ହାସଲ କରିଥିଲା।

The post ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର appeared first on Dharitri Odia News.