ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ର ଆକର୍ଷଣୀୟ ଷ୍ଟଲ୍
ଭୁବନେଶ୍ୱର,୧୮।୩: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ ଅଏଲ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଉଦଘାଟନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଖ୍ୟାତ ସର୍ଜରି ବିଶେଷଜ୍ଞ ଡା.ଉମେଶ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟଲର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରିଡମ୍ ତେଲର ଓଡ଼ିଶା ହେଡ୍ ଅମିୟ କୁମାର ଧଳଙ୍କ ସମେତ କମ୍ପାନୀ ଓ ମେଳା କିମିଟିର […] The post ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ର ଆକର୍ଷଣୀୟ ଷ୍ଟଲ୍ appeared first on Dharitri Odia News.
ଭୁବନେଶ୍ୱର,୧୮।୩: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ ଅଏଲ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଉଦଘାଟନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଖ୍ୟାତ ସର୍ଜରି ବିଶେଷଜ୍ଞ ଡା.ଉମେଶ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟଲର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରିଡମ୍ ତେଲର ଓଡ଼ିଶା ହେଡ୍ ଅମିୟ କୁମାର ଧଳଙ୍କ ସମେତ କମ୍ପାନୀ ଓ ମେଳା କିମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଖାଇବା ତେଲ ତଥା ଜେମିନୀ ଏଡିବଲ୍ସ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍ ଫ୍ରିଡମ୍ ଅଏଲର ସର୍ବବୃହତ ଷ୍ଟଲ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ବାଲିଯାତ୍ରାଠାରୁ ଆରମ୍ଭକରି ବୈଶାଖୀ ବାଣିଜ୍ୟ ମେଳାରେ ସାମିଲ ହେବା ସହିତ ବ୍ୟବସାୟର ପସରା ମେଲାଇବା ପାଇଁ ଦେଶର କୋଣ ଅନୁକୋଣରୁ ବ୍ୟବସାୟୀମାନେ କଟକ ଧାଇଁ ଆସିଥାନ୍ତି, କାରଣ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ଅପରପକ୍ଷରେ ପ୍ରତ୍ୟେକ ମଣିଷ ଦୀର୍ଘଜୀବୀ ହେବା ପାଇଁ ସନ୍ତୁଳିତ ଆହାର ସାଙ୍ଗକୁ ସୁସ୍ଥ ବାତାବରଣର ଆବଶ୍ୟକତା ରହିଛି ବୋଲି ଡା. ରାୟ ମତବ୍ୟକ୍ତ କରିଥିଲେ। ସେହିପରି ଉକ୍ତ ମେଳାରେ ଫ୍ରିଡମ୍ ଅଏଲ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ପ୍ରତ୍ୟେକ ତେଲ କିଣିଲେ ନିଶ୍ଚିତ ଉପହାର ରହିଥିବାବେଳେ ସୁଲଭ ମୂଲ୍ୟରେ ବ୍ରାଣ୍ଡ୍ର ସମସ୍ତ ତେଲ ଉପଲବ୍ଧ। ବିଶେଷ କରି କମ୍ବୋ ଅଫର ଏବଂ କଚି ଘନୀ ୫ଲିଟର ସୋରିଷ ତେଲର ପୁନଃ ବ୍ୟବହୃତ ହେଉଥିବା ଜାର୍ ଗୃହିଣୀମାନଙ୍କର ବେଶ୍ ପ୍ରିୟଭାଜନ ହୋଇପାରିଛି ବୋଲି ଫ୍ରିଡମ୍ ତେଲର ଓଡ଼ିଶା ହେଡ୍ ଅମିୟ କୁମାର ଧଳ ବିସ୍ତୃତ ଭାବେ ସୂଚନା ଦେବା ସହ ମେଳା ବୁଲିବାକୁ ଆସୁଥିବା ସମସ୍ତ ଦର୍ଶକଙ୍କୁ ଫ୍ରିଡମ୍ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ବୈଶାଖୀ ମେଳାର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରମୋଦ ଖଲାର, ଅମିତ ମହାନ୍ତି, ପ୍ରକାଶ କୁମାର ପାତ୍ର ଏବଂ ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
The post ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍ର ଆକର୍ଷଣୀୟ ଷ୍ଟଲ୍ appeared first on Dharitri Odia News.