ମଣିପୁର ହିଂସାକୁ ନେଇ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ମଣିପୁର ହିଂସା ଉପରେ ବଡ଼ ବୟାନ ଦେଇଛନ୍ତି। ଗୁରୁତ୍ୱର ସହ ମଣିପୁର ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି ମୋହନ ଭାଗବତ କହିଛନ୍ତି। ମହାରାଷ୍ଟ୍ର ନାଗପୁରରେ ଏକ ରାଲିକୁ ସମ୍ବୋଧନ କରି ମୋହନ ଭାଗବତ କହିଛନ୍ତି “ ବର୍ଷେ ହେଲାଣି ମଣିପୁର ଶାନ୍ତି ପାଇଁ ଅପେକ୍ଷା କରି ରହିଛି। ଗତ ୧୦ ବର୍ଷ ହେଲା ଏହି ରାଜ୍ୟ ଶାନ୍ତିରେ ଥିଲେ। କିନ୍ତୁ ହଠାତ୍ ରାଜ୍ୟରେ ବନ୍ଧୁକ ପରମ୍ପରା ବଢ଼ିଗଲା। ତେଣୁ ଗୁରୁତର ସହ ସମସ୍ୟାର ସମାଧାନ କରିବ ଜରୁରି।” ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୋହନ ଭାଗବତ କହିଥିଲେ “ନିର୍ବାଚନ ସର୍ବ ସହମତି ତିଆରି କରିବାର ଏକ ପ୍ରକ୍ରିୟା ସଂସଦର ଦୁଇଟି ପକ୍ଷ ରହିଥାଏ, ଯାହାଦ୍ୱାର କୌଣସି ବି ପ୍ରଶ୍ନର ଦୁଇଟି ଦିଗ ଉପରେ ବିଚାର କରାଯାଏ। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ଲୋକେ ଯେଉଁଭଳି ଭାବେ ପରସ୍ପରକୁ ଗାଳିଗୁଲଜ କରୁଛନ୍ତି, ଟେକ୍ନୋଲିଜର ଦୁରୁପଯୋଗ କରୁଛନ୍ତି ଓ ଗୁଜବ ନ୍ୟୁଜ୍ ପ୍ରଚାର କରୁଛନ୍ତି ତାହା ଠିକ୍ ନୁହେଁ। ତେଣୁ ନିର୍ବାଚନ ଉନ୍ମଦନାରୁ ବାହାରି ଦେଶର ସମ୍ମୁଖୀନ କରୁଥିବା ସମସ୍ୟା ବିଷୟରେ ଚିନ୍ତା କରିବା ଉଚିତ୍।”ସୂଚନା ଥାଉକି ଗତବର୍ଷ ଠାରୁ ମଣିପୁରରେ ହିଂସା ଲାଗି ରହିଛି। ଇମ୍ଫାଲରେ ରହୁଥିବା ମୈତେଇ ଓ ପାହାଡ଼ି ଏରିଆରେ ରହୁଥିବା କୁକୀ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂରକ୍ଷଣକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ମଣିପୁର ହିଂସା ଉପରେ ବଡ଼ ବୟାନ ଦେଇଛନ୍ତି। ଗୁରୁତ୍ୱର ସହ ମଣିପୁର ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି ମୋହନ ଭାଗବତ କହିଛନ୍ତି। ମହାରାଷ୍ଟ୍ର ନାଗପୁରରେ ଏକ ରାଲିକୁ ସମ୍ବୋଧନ କରି ମୋହନ ଭାଗବତ କହିଛନ୍ତି “ ବର୍ଷେ ହେଲାଣି ମଣିପୁର ଶାନ୍ତି ପାଇଁ ଅପେକ୍ଷା କରି ରହିଛି। ଗତ ୧୦ ବର୍ଷ ହେଲା ଏହି ରାଜ୍ୟ ଶାନ୍ତିରେ ଥିଲେ। କିନ୍ତୁ ହଠାତ୍ ରାଜ୍ୟରେ ବନ୍ଧୁକ ପରମ୍ପରା ବଢ଼ିଗଲା। ତେଣୁ ଗୁରୁତର ସହ ସମସ୍ୟାର ସମାଧାନ କରିବ ଜରୁରି।”
୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୋହନ ଭାଗବତ କହିଥିଲେ “ନିର୍ବାଚନ ସର୍ବ ସହମତି ତିଆରି କରିବାର ଏକ ପ୍ରକ୍ରିୟା ସଂସଦର ଦୁଇଟି ପକ୍ଷ ରହିଥାଏ, ଯାହାଦ୍ୱାର କୌଣସି ବି ପ୍ରଶ୍ନର ଦୁଇଟି ଦିଗ ଉପରେ ବିଚାର କରାଯାଏ। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ଲୋକେ ଯେଉଁଭଳି ଭାବେ ପରସ୍ପରକୁ ଗାଳିଗୁଲଜ କରୁଛନ୍ତି, ଟେକ୍ନୋଲିଜର ଦୁରୁପଯୋଗ କରୁଛନ୍ତି ଓ ଗୁଜବ ନ୍ୟୁଜ୍ ପ୍ରଚାର କରୁଛନ୍ତି ତାହା ଠିକ୍ ନୁହେଁ। ତେଣୁ ନିର୍ବାଚନ ଉନ୍ମଦନାରୁ ବାହାରି ଦେଶର ସମ୍ମୁଖୀନ କରୁଥିବା ସମସ୍ୟା ବିଷୟରେ ଚିନ୍ତା କରିବା ଉଚିତ୍।”
ସୂଚନା ଥାଉକି ଗତବର୍ଷ ଠାରୁ ମଣିପୁରରେ ହିଂସା ଲାଗି ରହିଛି। ଇମ୍ଫାଲରେ ରହୁଥିବା ମୈତେଇ ଓ ପାହାଡ଼ି ଏରିଆରେ ରହୁଥିବା କୁକୀ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂରକ୍ଷଣକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ଏହି ହିଂସାରେ ଏପର୍ଯ୍ୟନ୍ତ ୨୦୦ ଲୋକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ଲୋକ ବାସହୀନ ହୋଇଥିବା ବେଳେ ଗଣଦୁଷ୍କର୍ମ ଭଳି ହୀନ ଘଟଣା ମଧ୍ୟ ସାମ୍ନାକୁ ଆସିଛି।