ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ):ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଶିଶୁମାନଙ୍କ ସହିତ ବୁଧବାର ନବବର୍ଷ ପାଳନ କରିଛନ୍ତି କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଅନ୍ୟ ଜିଲା ଅଧିକାରୀ। ଭବାନୀପାଟଣାସ୍ଥିତ ନେହେରୁ ସେବାସଂଘ ଓ ବାଳଗୋପାଳ ସେବା ନିକେତନରେ ଥିବା ଅନ୍ତେବାସୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ସେ ନୂଆବର୍ଷ ପାଳନ କରିଥିଲେ। ଏହି ସମୟରେ ଜିଲାପାଳ ସେମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ […] The post ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ appeared first on Dharitri Odia News.

ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ):ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଶିଶୁମାନଙ୍କ ସହିତ ବୁଧବାର ନବବର୍ଷ ପାଳନ କରିଛନ୍ତି କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଅନ୍ୟ ଜିଲା ଅଧିକାରୀ।
ଭବାନୀପାଟଣାସ୍ଥିତ ନେହେରୁ ସେବାସଂଘ ଓ ବାଳଗୋପାଳ ସେବା ନିକେତନରେ ଥିବା ଅନ୍ତେବାସୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ସେ ନୂଆବର୍ଷ ପାଳନ କରିଥିଲେ। ଏହି ସମୟରେ ଜିଲାପାଳ ସେମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ବାନ ଦେଇଥିଲେ। ପରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନବବର୍ଷରେ ନିଜର ବହୁମୂଲ୍ୟ ସମୟ ଦେଇ ଶିଶୁ ଯତ୍ନ ଅନୁଷ୍ଠାନର ପିଲାଙ୍କୁ ଉତ୍ସାହିତ କରିଥିବାରୁ ଏହି ୨ଅନୁଷ୍ଠାନର କର୍ମକର୍ତ୍ତା ଜିଲାପାଳଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଏଥିରେ ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲା ସ୍ବଳ୍ପ ସଞ୍ଚୟ ଓ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବାଲ ଗୋପାଳ ସେବାନିକେତନ ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର ପରିଚାଳନା କରିଥିଲେ।

The post ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ appeared first on Dharitri Odia News.