ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…
ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା । ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ । ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ଚାକିରି କରିଦେବା ନାମରେ କୋଟିଏରୁ ଊର୍ଦ୍ଧ ଟଙ୍କା ହଡପ, ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଥିଲି ଥାନା ପୋଲିସ। ଅନ୍ୟ ୨ ଜଣ […] The post ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ… appeared first on Dharitri Odia News.
ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା । ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ । ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ଚାକିରି କରିଦେବା ନାମରେ କୋଟିଏରୁ ଊର୍ଦ୍ଧ ଟଙ୍କା ହଡପ, ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଥିଲି ଥାନା ପୋଲିସ। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର୍ ।
ବିଜୁ ଜନତା ଦଳର କିଛି ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପକରି ନେଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ରବିନାରାୟଣଙ୍କ ପୁଅଙ୍କୁ ଯୋଗାଣ ଇନିସ୍ପେକ୍ଟର ଚାକିରି କରାଇଦେବା ନାମରେ ମାଥିଲି ଜିଲାପରିଷଦ ଜୋନ୍-୩ ସଭ୍ୟା ସସ୍ମିତା ମାଝି ଗତ ଏପ୍ରିଲ ୨୫ ତାରିଖ ୨୦୨୩ ମସିହାରେ ୧ ଲକ୍ଷ ଟଙ୍କା, ଓ ୨୮ ଏପ୍ରିଲ ୨୦୨୩ରେ ୩୦ ହଜାର ଟଙ୍କା ନେଇଥିଲେ। ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ ବୋଲି କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ପଠାଇ ଦେବାକୁ କହିଥିଲେ। ଏହି ବାବଦକୁ ଦୁଇଟି କିସ୍ତିରେ ରାଉତଙ୍କ ଆକାଉଣ୍ଟକୁ ୬ଲକ୍ଷ ଟଙ୍କା ପଠାଇଥିଲେ। ପରେ ତାଙ୍କ ଚାକିରି ନ ହୋଇବାରୁ ରବିନାରାୟଣ ସସ୍ମିତା ମାଝୀଙ୍କୁ ଏ ସମ୍ବନ୍ଧରେ କହିବାରୁ ସେ ଧମକ ଚମକ ଦେଇ ଥାନାରେ କହିଲେ ଜୀବନରେ ମାରିଦେବାକୁ କହିଥିଲେ। ୧୯ ତାରିଖରେ ମାଥିଲି ଥାନାରେ ରବିନାରାୟଣ ମାମଲା ରୁଜୁ କରିଥିଲେ। ମାଥିଲି ଥାନାରେ କେଶ ନଂ ୧୬୬/୨୪ରେ ତଦନ୍ତ ହୋଇଥିଲା। ପରେ ଅନ୍ୟ ୨ଟି ଘଟଣା ଘଟିଥିଲା ।
ଏହି ୩ ମାମଲା ମାଥିଲି ଥାନାରେ ରୁଜୁ କରା ଯାଇଛିା ନେଶ୍ୱରରୁ ରମେଶ ଚନ୍ଦ୍ର ରାଉତଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏହାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ସସ୍ମିତା ମାଝୀ ବର୍ତ୍ତମାନ ଫେରାର୍।
The post ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ… appeared first on Dharitri Odia News.