ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ନିକଟରେ ଖୁବ୍‌ଶୀଘ୍ର ଖୋଲିବ କୃଷି ବଜାର। ଏଥିପାଇଁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ୬୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କୃଷି ବଜାର (ମଲ୍‌ ) ଯେଉଁଠି କନ୍ଧମାଳର ବିଶ୍ୱ ବିଖ୍ୟାତ ହଳଦୀ ଏବଂ ହଳଦୀରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମେତ ପାଳୁଅ, ସୋରିଷ, ମାଣ୍ଡିଆ, କୁଏରୀ, କାଙ୍ଗୁ, ଦାରିଙ୍ଗବାଡ଼ି କଫି, ଝୁଣା, ଷ୍ଟ୍ରବେରୀ, ଆମ୍ବ, ଲିଚୁ, ଡାଲିଜାତୀୟ ଫସଲ, ପନିପରିବା ସମେତ ଜଙ୍ଗଲଜାତୀୟ ସାମଗ୍ରୀ […] The post ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ appeared first on Dharitri Odia News.

ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ନିକଟରେ ଖୁବ୍‌ଶୀଘ୍ର ଖୋଲିବ କୃଷି ବଜାର। ଏଥିପାଇଁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ୬୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କୃଷି ବଜାର (ମଲ୍‌ ) ଯେଉଁଠି କନ୍ଧମାଳର ବିଶ୍ୱ ବିଖ୍ୟାତ ହଳଦୀ ଏବଂ ହଳଦୀରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମେତ ପାଳୁଅ, ସୋରିଷ, ମାଣ୍ଡିଆ, କୁଏରୀ, କାଙ୍ଗୁ, ଦାରିଙ୍ଗବାଡ଼ି କଫି, ଝୁଣା, ଷ୍ଟ୍ରବେରୀ, ଆମ୍ବ, ଲିଚୁ, ଡାଲିଜାତୀୟ ଫସଲ, ପନିପରିବା ସମେତ ଜଙ୍ଗଲଜାତୀୟ ସାମଗ୍ରୀ ଆଦି ବିକ୍ରି ହେବ। ଏହାକୁ କୌଣସି ପ୍ରଡ୍ୟୁସର ଗ୍ରୁପ କିମ୍ବା ମିଶନଶକ୍ତି ମାଧ୍ୟମରେ ପରିଚାଳନା କରାଯିବ। ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି ସେମାନେ କିଭଳି ସ୍ଥାନୀୟ ଅମଳ ବିଭିନ୍ନ ସାମଗ୍ରୀ ସୁବିଧାରେ ପାଇ ପାରିବେ ସେନେଇ ଆଇଟିଡିଏ ପକ୍ଷରୁ ପ୍ରୟାସ କରାଯାଉଥିବା ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି, ସେ ରବିବାର ଉକ୍ତ କୃଷି ବଜାର କୋଠା ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଦାରିଙ୍ଗବାଡି ଆସି କାର୍ଯ୍ୟର ତଦାରଖ କରିବା ସହ ଖୁବ୍‌ଶୀଘ୍ର କୋଠାର ଆବଶ୍ୟକ ସୌନ୍ଦର୍ଯ୍ୟ କାର୍ଯ୍ୟ ଶେଷ କରାଯାଇ ଲୋକାର୍ପଣ କରାଯିବ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବ୍ୟକ୍ତି ଓ ପରିବାର ଲୋକଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ବିଭାଗ ଏହି ପଦକ୍ଷେପ ନେଉଛି ଅମଳ ସାମଗ୍ରୀ ବିକ୍ରିବଟା ବୃଦ୍ଧି ପାଇଲେ ଅଞ୍ଚଳର ବିକାଶ ହୋଇପାରିବ।

The post ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ appeared first on Dharitri Odia News.