ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁଇ ଗୁରୁତର ହେଉଛନ୍ତି ଗୋଲାପ ମହାନ୍ତ (୫୮) ଏବଂ ଜାଗରୀ ମହାନ୍ତ(୪୫)। ଜାଗରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଲାପଙ୍କ ବେକ ଓ ଅଣ୍ଟାରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୋଲାପଙ୍କ ଅବସ୍ଥା ସଙ୍କଟାପନ୍ନ […] The post ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର appeared first on Dharitri Odia News.

ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁଇ ଗୁରୁତର ହେଉଛନ୍ତି ଗୋଲାପ ମହାନ୍ତ (୫୮) ଏବଂ ଜାଗରୀ ମହାନ୍ତ(୪୫)। ଜାଗରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଲାପଙ୍କ ବେକ ଓ ଅଣ୍ଟାରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୋଲାପଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଉଭୟ ମହିଳା ଜଙ୍ଗଲ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

 

The post ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର appeared first on Dharitri Odia News.