ଖରା ଛୁଟି ପରେ ମଙ୍ଗଳବାର ଖୋଲିବ ସ୍କୁଲ, କ୍ୟାମ୍ପସ ପରିଷ୍କାର ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ

ଭୁବନେଶ୍ୱର ୧୭/୦୬: ଖରା ଛୁଟି ପରେ ଆସନ୍ତା କାଲି ଖୋଲିବ ସ୍କୁଲ। ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ହେଉଛି ସ୍କୁଲ କ୍ୟାମ୍ପସ । ସ୍କୁଲ କ୍ୟାମ୍ପସ ରେ ସଫେଇ, ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ଵ ଦିଆଯାଇଛି । ବିଦ୍ୟୁତ୍, ପାନୀୟ ଜଳ, କ୍ଲାସ ରୁମ ସଫେଇକୁ ଗୁରୁତ୍ଵ ଦିଆଯାଇଛି । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ କ୍ୟାମ୍ପସ ସଫେଇ କରାଯାଉଛି । ଏହା ସହ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇ ବ୍ୟବସ୍ଥା ପାଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ ଆଜି ସ୍କୁଲର କର୍ମଚାରୀ ଉପସ୍ଥିତ ରହିଛନ୍ତି। ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଖରା ଛୁଟି ଅବଧି ବଢ଼େଇବା ପାଇ ଶିକ୍ଷକ ସଂଘ, ossta ସହ ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି । ତେବେ ସରକାର ନିଷ୍ପତି ଉପରେ ସମସ୍ତଙ୍କ ନଜର।

ଖରା ଛୁଟି ପରେ ମଙ୍ଗଳବାର ଖୋଲିବ ସ୍କୁଲ, କ୍ୟାମ୍ପସ ପରିଷ୍କାର ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ

ଭୁବନେଶ୍ୱର ୧୭/୦୬: ଖରା ଛୁଟି ପରେ ଆସନ୍ତା କାଲି ଖୋଲିବ ସ୍କୁଲ। ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ହେଉଛି ସ୍କୁଲ କ୍ୟାମ୍ପସ । ସ୍କୁଲ କ୍ୟାମ୍ପସ ରେ ସଫେଇ, ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ଵ ଦିଆଯାଇଛି । 

ବିଦ୍ୟୁତ୍, ପାନୀୟ ଜଳ, କ୍ଲାସ ରୁମ ସଫେଇକୁ ଗୁରୁତ୍ଵ ଦିଆଯାଇଛି । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ କ୍ୟାମ୍ପସ ସଫେଇ କରାଯାଉଛି । ଏହା ସହ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇ ବ୍ୟବସ୍ଥା ପାଇ ସରକାରଙ୍କ ନିର୍ଦ୍ଦେଶ ରହିଛି । 

ଏଥିପାଇଁ ଆଜି ସ୍କୁଲର କର୍ମଚାରୀ ଉପସ୍ଥିତ ରହିଛନ୍ତି। ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଖରା ଛୁଟି ଅବଧି ବଢ଼େଇବା ପାଇ ଶିକ୍ଷକ ସଂଘ, ossta ସହ ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି । ତେବେ ସରକାର ନିଷ୍ପତି ଉପରେ ସମସ୍ତଙ୍କ ନଜର।