‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’
ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍ ଅଶ୍ୱିନ୍ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି ସେ ଧୋନୀଙ୍କ ପାଖରେ ଋଣୀ ରହିବେ ବୋଲି ଏକ ସାକ୍ଷାତକାରରେ ଅଶ୍ୱିନ କହିଛନ୍ତି। ଭିନ୍ନ ରଣନୀତିରେ ଧୋନୀ ୨୦୧୧ ଆଇପିଏଲ୍ ଫାଇନାଲରେ ଅଶ୍ୱିନଙ୍କୁ ନୂଆ ବଲ୍ ଦେଇଥିଲେ। ହେଲେ ଚମତ୍କାର ବୋଲିଂ ୪ର୍ଥ ବଲ୍ରେ […] The post ‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’ appeared first on Dharitri Odia News.
ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍ ଅଶ୍ୱିନ୍ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି ସେ ଧୋନୀଙ୍କ ପାଖରେ ଋଣୀ ରହିବେ ବୋଲି ଏକ ସାକ୍ଷାତକାରରେ ଅଶ୍ୱିନ କହିଛନ୍ତି।
ଭିନ୍ନ ରଣନୀତିରେ ଧୋନୀ ୨୦୧୧ ଆଇପିଏଲ୍ ଫାଇନାଲରେ ଅଶ୍ୱିନଙ୍କୁ ନୂଆ ବଲ୍ ଦେଇଥିଲେ। ହେଲେ ଚମତ୍କାର ବୋଲିଂ ୪ର୍ଥ ବଲ୍ରେ ଫର୍ମରେ ଥିବା କ୍ରିସ୍ ଗେଲଙ୍କ ଉଇକେଟ ନେଇଥିଲେ। ସେବେଠାରୁ ଦୀର୍ଘ ଏକ ଦଶକ ଧରି ଉତ୍ଥାନ ପତନ ସତ୍ତ୍ୱେ ସେ ୧୦୦ତମ ଟେଷ୍ଟ ଖେଳିଛନ୍ତି। ଏପରିକି ନିଜ ନାମରେ ୫୧୬ ଉଇକେଟ ନେଇଛନ୍ତି।
ତାମିଲନାଡ଼ୁ କ୍ରିକେଟ ସଂଘ(ଟିଏନ୍ସିଏ) ଦ୍ୱାରା ୫୦୦ ଉଇକେଟ ଏବଂ ୧୦୦ ଟେଷ୍ଟ ଖେଳିବା ଡବଲ୍ ଖୁସିକୁ ସେଲିବ୍ରେଟ୍ କରିବାକୁ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ତାଙ୍କୁ ୧ କୋଟିର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅଶ୍ୱିନ ପୁରୁଣା ଦିନକୁ ମନେ ପକାଇଥିଲେ, ଯେତେବେଳେ ଧୋନୀ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ।
The post ‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’ appeared first on Dharitri Odia News.