‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ନିର୍ବାଚନ ଲଢିବେ। ଏଭଳି ପରିସ୍ଥିତିରେ କଂଗ୍ରେସର ଏହି ନିଷ୍ପତ୍ତି ଉପରେ ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ସେପଟେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ୟୁପିର ପରିବେଶ ସମ୍ପୂର୍ଣ୍ଣ ମୋଦି ରହିଛି। ଏଥର ରାହୁଲ ଗାନ୍ଧୀ ମଧ୍ୟ ରାଏବରେଲିଙ୍କରୁ ହାରିଯିବେ, ପ୍ରିୟଙ୍କା ତ […] The post ‘ରାଏବରେଲିରୁ ହାରିବେ ରାହୁଲ’ appeared first on Dharitri Odia News.

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ନିର୍ବାଚନ ଲଢିବେ। ଏଭଳି ପରିସ୍ଥିତିରେ କଂଗ୍ରେସର ଏହି ନିଷ୍ପତ୍ତି ଉପରେ ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ସେପଟେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ୟୁପିର ପରିବେଶ ସମ୍ପୂର୍ଣ୍ଣ ମୋଦି ରହିଛି। ଏଥର ରାହୁଲ ଗାନ୍ଧୀ ମଧ୍ୟ ରାଏବରେଲିଙ୍କରୁ ହାରିଯିବେ, ପ୍ରିୟଙ୍କା ତ ପୂର୍ବରୁ ରଣକ୍ଷେତ୍ର ଛାଡିଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସକୁ ନେଇ ଯେଉଁଭଳି ଭାବେ ମାହୋଲ ସୃଷ୍ଟି ହୋଇଛି। କଂଗ୍ରେସ କ’ଣ କରିବ ବୋଲି ଚିନ୍ତା କରିପାରୁନି। ଗତଥର ରାହୁଲ ଆମେଠିରୁ ହାରିବା ପରେ କେରଳ ଆଡକୁ ଦୌଡିଥିଲେ। ବର୍ତ୍ତମାନ ୱାୟନାଡରୁ ପରାଜୟର ସମ୍ଭାବନା ଦେଖି ସେ ରାଏବରେଲି ଆଡକୁ ଆସିଛନ୍ତି।

The post ‘ରାଏବରେଲିରୁ ହାରିବେ ରାହୁଲ’ appeared first on Dharitri Odia News.