ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିର ଏକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାର୍କେଟରୁ ନିଆଯାଇଥିବା ଜଳଖିଆ ଦିଆଯାଇଥିଲା। ସେଥିରୁ ଆଳୁଚପ୍‌ରେ ଏକ ଲୁହା କଣ୍ଟା ବାହାରିଥିଲା। ପିଲାଟି ତାଙ୍କ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଜଣାଇଥିଲେ ତୁରନ୍ତ ଉକ୍ତ ଜଳଖିଆ ଦୋକାନରୁ ଅଣାଯାଇଥିବା ସମସ୍ତ ଜଳଖିଆକୁ ଫିଙ୍ଗା ଯାଇଥିଲା ଓ ହୋଟେଲ ମାଲିକଙ୍କୁ ଅବଗତ କରାଯାଇଥିବା ଘଟଣା ଏବେ ପ୍ରଘଟ […] The post ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ appeared first on Dharitri Odia News.

ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିର ଏକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାର୍କେଟରୁ ନିଆଯାଇଥିବା ଜଳଖିଆ ଦିଆଯାଇଥିଲା। ସେଥିରୁ ଆଳୁଚପ୍‌ରେ ଏକ ଲୁହା କଣ୍ଟା ବାହାରିଥିଲା। ପିଲାଟି ତାଙ୍କ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଜଣାଇଥିଲେ ତୁରନ୍ତ ଉକ୍ତ ଜଳଖିଆ ଦୋକାନରୁ ଅଣାଯାଇଥିବା ସମସ୍ତ ଜଳଖିଆକୁ ଫିଙ୍ଗା ଯାଇଥିଲା ଓ ହୋଟେଲ ମାଲିକଙ୍କୁ ଅବଗତ କରାଯାଇଥିବା ଘଟଣା ଏବେ ପ୍ରଘଟ ହେବାରେ ଲାଗିଛି। କଣ୍ଟା ଥିବା ଆଳୁଚପ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି। ଯଦି ପିଲାଟି ଖାଇଦେଇଥାନ୍ତା ତେବେ ବଡ଼ ଅଘଟଣ ଘଟିଥାନ୍ତା। ଅଳ୍ପକେ ଶିଶୁଟି ବଡ଼ ଏକ ବିପଦରୁ ବର୍ତ୍ତି ଯାଇଥିବା କୁହାଯାଇଛି। ଏହାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାହାଠାରୁ ଅଧିକ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବୃଦ୍ଧି ପାଇଛି। ତେବେ ଘଟଣା ସମ୍ପର୍କରେ ହୋଟେଲ ମାଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଳୁଚପ୍‌କୁ ହାତରେ ଚାପି ବେସନରେ ଗୋଳେଇ ଛଣାଯାଉଛି କଣ୍ଟା ଯଦି ଥିଲା ତେବେ ହାତରେ ବାଜି ଜଣାପଡ଼ିଥାନ୍ତା।

ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସମେତ ଦୁର୍ଗମ ଅଞ୍ଚଳରୁ ଲୋକ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବଜାରକୁ ଆସିଥାନ୍ତି। ତେବେ ଖାଦ୍ୟ ସୁରକ୍ଷା ଦିଗରେ ଜଳଖିଆ, ମିଲ୍ସ ହୋଟେଲ ମାଲିକମାନେ ଧ୍ୟାନ ଦେଉ ନ ଥିବା ବେଳେ ଖାଦ୍ୟରୁ କେବେ ମୂଷା ଲାଞ୍ଜ ତ କେବେ ପୋକ କେବେ କଣ୍ଟା ଆଦି ବାହାରୁଛି। ହୋଟେଲଗୁଡିକରେ ସ୍ବଚ୍ଛତା ମଧ୍ୟ ରହୁ ନାହିଁ। ଫଳରେ ଖାଉଟିଙ୍କ ଚିନ୍ତା ବଢିଛି। ସେପଟେ ଜିଲାରେ ଥିବା ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ କେବଳ ଫୁଡ ଲାଇସେନ୍ସ ବ୍ୟବସାୟୀଙ୍କୁ ଧରାଇ ଦେଇ କାମ ସାରିଦେଉଛନ୍ତି। କୌଣସି ଯାଞ୍ଚ କରାଯାଉ ନ ଥିବାରୁ ଖାଦ୍ୟ ନିରାପତ୍ତା ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି।

The post ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ appeared first on Dharitri Odia News.