ଅନଲାଇନରେ ଅର୍ଡର କରିଥିଲେ କେକ୍, ଖାଇଲା ପରେ ଜନ୍ମଦିନରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୩୦ା୩: ଜନ୍ମଦିନରେ ଅନଲାଇନରେ ମଗାଇଥିବା କେକ୍ ଖାଇ ଚାଲିଗଲା ୧୦ ବର୍ଷୀୟ ନାବାଳିକାର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ପଟିଆଲାରେ। ନାବାଳିକା ସମେତ ତାଙ୍କର ସମସ୍ତ ପରିବାର ଏବଂ ସାନ ଭଉଣୀ ମଧ୍ୟ ଫୁଡ୍ ପଏଜନିଂର ଶିକାର ହୋଇଥିଲେ। ନାବାଳିକାଙ୍କର ଜେଜେ ମା’ କହିଛନ୍ତି ଯେ ନିକଟସ୍ଥ ଏକ ବେକେରିରୁ ସେମାନେ କେକ୍ ଅର୍ଡର କରିଥିଲେ। ସୋସିଆଲ ମିଡିଆରେ ଭାଇରଏଲ ହେଉଟିବା ଏକ ଭିଡିଓରେ ପୀଡିତା ମାନଭି ବହୁତ ଖୁସିରେ କେକ୍ କାଟୁଥିବାର […] The post ଅନଲାଇନରେ ଅର୍ଡର କରିଥିଲେ କେକ୍, ଖାଇଲା ପରେ ଜନ୍ମଦିନରେ ଚାଲିଗଲା ଜୀବନ appeared first on Dharitri Odia News.

ଅନଲାଇନରେ ଅର୍ଡର କରିଥିଲେ କେକ୍, ଖାଇଲା ପରେ ଜନ୍ମଦିନରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୩୦ା୩: ଜନ୍ମଦିନରେ ଅନଲାଇନରେ ମଗାଇଥିବା କେକ୍ ଖାଇ ଚାଲିଗଲା ୧୦ ବର୍ଷୀୟ ନାବାଳିକାର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ପଟିଆଲାରେ। ନାବାଳିକା ସମେତ ତାଙ୍କର ସମସ୍ତ ପରିବାର ଏବଂ ସାନ ଭଉଣୀ ମଧ୍ୟ ଫୁଡ୍ ପଏଜନିଂର ଶିକାର ହୋଇଥିଲେ। ନାବାଳିକାଙ୍କର ଜେଜେ ମା’ କହିଛନ୍ତି ଯେ ନିକଟସ୍ଥ ଏକ ବେକେରିରୁ ସେମାନେ କେକ୍ ଅର୍ଡର କରିଥିଲେ।

ସୋସିଆଲ ମିଡିଆରେ ଭାଇରଏଲ ହେଉଟିବା ଏକ ଭିଡିଓରେ ପୀଡିତା ମାନଭି ବହୁତ ଖୁସିରେ କେକ୍ କାଟୁଥିବାର ଦେଖିବାକୁ ମିଳୁଛି।

ମାର୍ଚ୍ଚ ୨୪ ରେ ପ୍ରାୟ ୭ ଟା ସମୟରେ ସେ କେକ୍ କାଟିଥିଲେ, ସେହି ଦିନ ରାତି ୧୦ ଟା ସୁଦ୍ଧା ସମଗ୍ର ପରିବାର ଅସୁସ୍ଥ ହୋଇପଡିଥିଲେ ବୋଲି ତାଙ୍କ ଜେଜେବାପା ହରବାନ୍ ଲାଲ କହିଛନ୍ତି। ତାଙ୍କର ଭଉଣୀଙ୍କର ପ୍ରବଳ ବାନ୍ତି ହୋଇଥିଲା। ମନଭି ଅତ୍ୟଧିକ ତୃଷା ପ୍ରକାଶ କରି ପାଟିରେ ଶୁଷ୍କତା ଅନୁଭବ କରି ପାଣି ମାଗିଥିଲେ ବୋଲି ସେ କହିଛନ୍ତି। ଏହା ପରେ ସେ ଶୋଇବାକୁ ଯାଇଥିଲେ।

ତେବେ ପରଦିନ ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା ଏବଂ ଏକ ଇସିଜି (ଇଲେକ୍ଟ୍ରୋକାର୍ଡିଓଗ୍ରାମ) ବଢ଼ିଯାଇଥିବା ରେକର୍ଡ କରାଯାଇଥିଲା ବୋଲି ହରବାନ୍ ଲାଲ କହିଛନ୍ତି। କିନ୍ତୁ ସେମାନେ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ତାଙ୍କୁ ଖୁବ୍ ଶୀଘ୍ର ମୃତ ଘୋଷଣା କରାଯାଇଥିଲା ବୋଲି ସେ କହିଛନ୍ତି।

ପରିବାର ଅଭିଯୋଗ କରିଛନ୍ତି ଯେ ‘କେକ୍ ଖାନା’ରୁ ଆଣିଥିଲେ, ଚକୋଲେଟ୍ କେକରେ କିଛି ବିଷାକ୍ତ ପଦାର୍ଥ ରହିଥିଲା।
ବେକେରୀ ମାଲିକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ସେମାନେ କହିଛନ୍ତି, “ମୃତଦେହ ପୋଷ୍ଟମର୍ଟମ କରାଯାଇଛି। କେକ୍ ରୁ ଏକ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଆମେ ରିପୋର୍ଟକୁ ଅପେକ୍ଷା କରିଛୁ।”

The post ଅନଲାଇନରେ ଅର୍ଡର କରିଥିଲେ କେକ୍, ଖାଇଲା ପରେ ଜନ୍ମଦିନରେ ଚାଲିଗଲା ଜୀବନ appeared first on Dharitri Odia News.