ବରୁଣେଶ୍ୱର ମେଳାରେ ଅମିୟଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୫।୧ : ଫ୍ରିଡମ୍ ଅଏଲ୍ର ଓଡ଼ିଶା ହେଡ୍ ଅମିୟ କୁମାର ଧଳଙ୍କୁ ନିକଟରେ ବରୁଣେଶ୍ୱର କ୍ଲବ୍ ଯାତ୍ରା କମିଟି ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବରୁଣେଶ୍ୱର ପୀଠରେ ବରୁଣେଶ୍ୱର ମେଳା ଅନୁଷ୍ଠିତ ହେଉଛି। ଉକ୍ତ ମେଳାର ୭ମ ସାରେ ଅରେଇସ୍ଥିତ ବରୁଣେଶ୍ୱର କ୍ଲବ ଯାତ୍ରା କମିଟି ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ […] The post ବରୁଣେଶ୍ୱର ମେଳାରେ ଅମିୟଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.
ଭୁବନେଶ୍ୱର,୨୫।୧ : ଫ୍ରିଡମ୍ ଅଏଲ୍ର ଓଡ଼ିଶା ହେଡ୍ ଅମିୟ କୁମାର ଧଳଙ୍କୁ ନିକଟରେ ବରୁଣେଶ୍ୱର କ୍ଲବ୍ ଯାତ୍ରା କମିଟି ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବରୁଣେଶ୍ୱର ପୀଠରେ ବରୁଣେଶ୍ୱର ମେଳା ଅନୁଷ୍ଠିତ ହେଉଛି। ଉକ୍ତ ମେଳାର ୭ମ ସାରେ ଅରେଇସ୍ଥିତ ବରୁଣେଶ୍ୱର କ୍ଲବ ଯାତ୍ରା କମିଟି ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ କ୍ଷେତ୍ରର ସଫଳ ତଥା ଉଲ୍ଲେଖନୀୟ ଅବଦାନ (ପାରଦର୍ଶିତା) ହାସଲ କରିଥିବା ସମାଜର ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଫ୍ରିଡମ୍ ଅଏଲ୍ର ଓଡ଼ିଶା ହେଡ୍ ଧଳଙ୍କୁ ମଧ୍ୟ ବରୁଣେଶ୍ୱର କ୍ଲବ ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଧଳ ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ ସଙ୍ଗଠନ ସହ ଯୋଡ଼ି ହୋଇ ବହୁ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଅପରପକ୍ଷରେ କ୍ଲବର ସଭାପତି ପ୍ରସନ୍ନ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଶରତ ଚନ୍ଦ୍ର କର, ସୁରେନ୍ଦ୍ର ଜେନା, ସଞ୍ଜୟ ପଣ୍ଡା, ରଜନୀକାନ୍ତ ଜେନା, ତାପସ ମହାପାତ୍ର, ପ୍ରଦୀପ ମଲ୍ଲିକ, ଅଭିମନ୍ୟୁ ନାୟକ, ଅମରେନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ସ୍ମୃତିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ବରୁଣେଶ୍ୱର ମେଳାରେ ଅମିୟଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.