ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ
ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଡ଼ ବିପଦ ଟଳି ଯାଇଛି। ପ୍ରକାଶ ଯେ, ପିଚୁ ପ୍ଲାଣ୍ଟରେ କାର୍ଯ୍ୟଚାଲିଥିବା ବେଳେ ବିଦ୍ୟୁତ୍ ଶଟ୍ସର୍କିଟ୍ରୁ ଜେନେରେଟରରେ ନିଆଁ ଲାଗିଯାଇଥିଲା ନିଆଁକୁ ଆୟତ୍ତ କରା ନ ଗଲେ ପିଚୁ ପ୍ଲାଣ୍ଟରେ ନିଆଁ ଲାଗିବା ସମ୍ଭାବନାକୁ ଦୃଷ୍ଟିରେ […] The post ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଡ଼ ବିପଦ ଟଳି ଯାଇଛି।
ପ୍ରକାଶ ଯେ, ପିଚୁ ପ୍ଲାଣ୍ଟରେ କାର୍ଯ୍ୟଚାଲିଥିବା ବେଳେ ବିଦ୍ୟୁତ୍ ଶଟ୍ସର୍କିଟ୍ରୁ ଜେନେରେଟରରେ ନିଆଁ ଲାଗିଯାଇଥିଲା ନିଆଁକୁ ଆୟତ୍ତ କରା ନ ଗଲେ ପିଚୁ ପ୍ଲାଣ୍ଟରେ ନିଆଁ ଲାଗିବା ସମ୍ଭାବନାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଫୋନ୍ କରି ଡକାଯାଇଥିଲା ଏହି ସମୟ ମଧ୍ୟରେ ପ୍ଲାଣ୍ଟ୍ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଉପସ୍ଥିତି ବୁଦ୍ଧି ଖଟାଇ କ୍ରସରରୁ ବାହାରୁଥିବା ପଥର ଗୁଣ୍ଡ ପକାଇ ଜେନେନେଟରରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ଏହି ସମୟ ମଧ୍ୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।ଫଳରେ ବଡ଼ ଦୁର୍ଘଟଣା ଟଳିଯାଇଛି।। ନଷ୍ଟ ହୋଇଥିବା ଜେନେନେଟରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।
The post ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ appeared first on Dharitri Odia News.