ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ…

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ଦେଖି ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଯାଇଛନ୍ତି। ଅଭିନେତ୍ରୀ ତାଙ୍କ ପୋଷ୍ଟରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କୁ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ହୋଇଛି। ହିନା ଆହୁରି ଲେଖିଛନ୍ତି, ମୋର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ମୁଁ ଭଲ ଅଛି। ଏହି ରୋଗକୁ ଦୂର କରିବା ପାଇଁ ଦୃଢ, ସଂକଳ୍ପବଦ୍ଧ ଏବଂ ସଂପୂର୍ଣ୍ଣ ପ୍ରତିବଦ୍ଧ। ଏଥିସହ ପ୍ରସଙ୍ଗକୁ ଗୋପନୀୟତା […] The post ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ… appeared first on Dharitri Odia News.

ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ…

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ଦେଖି ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଯାଇଛନ୍ତି। ଅଭିନେତ୍ରୀ ତାଙ୍କ ପୋଷ୍ଟରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କୁ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ହୋଇଛି।

ହିନା ଆହୁରି ଲେଖିଛନ୍ତି, ମୋର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ମୁଁ ଭଲ ଅଛି। ଏହି ରୋଗକୁ ଦୂର କରିବା ପାଇଁ ଦୃଢ, ସଂକଳ୍ପବଦ୍ଧ ଏବଂ ସଂପୂର୍ଣ୍ଣ ପ୍ରତିବଦ୍ଧ। ଏଥିସହ ପ୍ରସଙ୍ଗକୁ ଗୋପନୀୟତା ବଜାୟ ରଖିବାକୁ ହିନା ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏହି ସଂଗ୍ରାମରେ ପ୍ରଶଂସକଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ଅନ୍ୟପଟେ ହିନାଙ୍କ ପୋଷ୍ଟ ଉପରେ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରି କ୍ରମାଗତ ମନ୍ତବ୍ୟ ଦେଉଛନ୍ତି।

The post ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ… appeared first on Dharitri Odia News.