ଅନ୍ନଦାତାଙ୍କୁ ପିଏମ୍ କିଷାନ ଭେଟି; ବିହାରରୁ ୧୯ତମ କିସ୍ତି ବାଣ୍ଟିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଅନ୍ନଦାତାଙ୍କ ପାଇଁ ଖୁସି ଖବର । ସୋମବାର ମିଳିବ ପିଏମ୍ କିଷାନ ଟଙ୍କା । ୧୯ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଡିବିଟି ହେବ । ପ୍ରାୟ ୯କୋଟି ୫୮ଲକ୍ଷ ଅନ୍ନଦାତା ଉପକୃତ ହେବେ । ଏନେଇ ୨୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର ।ପିଏମ୍ କିଷାନର ୧୯ତମ କିସ୍ତି ବିହାରର ଭାଗଲପୁରରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷକଙ୍କୁ ସାମାଜିକ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଏହି ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହା ପିଏମ୍ କିଷାନ ଯୋଜନାର ୧୮ତମ ୨୦୨୪ ଅକ୍ଟୋବର ମାସରେ ପ୍ରଦାନ କରାଯାଇଥିଲା । ମହାରାଷ୍ଟ୍ରରୁ କିସ୍ତି ଟଙ୍କା ବଣ୍ଟନ କରିଥିଲେ ପିଏମ୍ ମୋଦି । ଏହି ଯୋଜନାରେ ବର୍ଷକୁ ଚାଷୀଙ୍କୁ ତିନୋଟି କିସ୍ତିରେ ୬ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ୨୦୧୯ରେ ଆରମ୍ଭ ହୋଇଥିଲା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରାଯାଉଛି ।...
ନୂଆଦିଲ୍ଲୀ: ଅନ୍ନଦାତାଙ୍କ ପାଇଁ ଖୁସି ଖବର । ସୋମବାର ମିଳିବ ପିଏମ୍ କିଷାନ ଟଙ୍କା । ୧୯ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଡିବିଟି ହେବ । ପ୍ରାୟ ୯କୋଟି ୫୮ଲକ୍ଷ ଅନ୍ନଦାତା ଉପକୃତ ହେବେ । ଏନେଇ ୨୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର ।
ପିଏମ୍ କିଷାନର ୧୯ତମ କିସ୍ତି ବିହାରର ଭାଗଲପୁରରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷକଙ୍କୁ ସାମାଜିକ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଏହି ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହା ପିଏମ୍ କିଷାନ ଯୋଜନାର ୧୮ତମ ୨୦୨୪ ଅକ୍ଟୋବର ମାସରେ ପ୍ରଦାନ କରାଯାଇଥିଲା । ମହାରାଷ୍ଟ୍ରରୁ କିସ୍ତି ଟଙ୍କା ବଣ୍ଟନ କରିଥିଲେ ପିଏମ୍ ମୋଦି । ଏହି ଯୋଜନାରେ ବର୍ଷକୁ ଚାଷୀଙ୍କୁ ତିନୋଟି କିସ୍ତିରେ ୬ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ୨୦୧୯ରେ ଆରମ୍ଭ ହୋଇଥିଲା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରାଯାଉଛି ।...